ଅନ୍ୟାନ୍ୟ

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉଦ୍‌ଯାପିତ

By Angul TV Bureau

November 16, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୧’ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଶିଶୁ ଦିବସ ଉପଲକ୍ଷେ ଅନୁଗୁଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିଶୁ ମହୋତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ସଭାପତିତ୍ବ କରିଥିଲେ। ଏହି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିଡିଏମ୍‌ଓ ଡା ତ୍ରିଲୋଚନ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବରେ ଅତିରକ୍ତ ଶିକ୍ଷା ଜିଲ୍ଲା ଅଧିକାରୀ ପ୍ରତିଭା ବାରିକ, ଏସ୍‌ଏସ୍‌ଭିଏମ୍‌ର ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। ଜିଲ୍ଲାର ସମସ୍ତ ୮ଟି ବ୍ଲକରୁ ସର୍ବଶ୍ରେଷ୍ଠ ୯ ଜଣ ଲେଖାଏଁ ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଥିଲା। ସଂଗୀତ, ତର୍କ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସାଂସ୍କୃତିକ ପ୍ରତିଯୋଗିତାର ଦଳଗତ ଭାବରେ ଶ୍ରେଷ୍ଠ ୩ଟି ଦଳକୁ ପୁରସ୍କୃତ କରାଯାଇଥିଲା।

ବକ୍ତୃତାରେ କଣିହାଁ ବ୍ଲକର ଝାନସୀରାଣୀ ସାହୁ ପ୍ରଥମ, ଛେଣ୍ଡିପଦା ବ୍ଲକର ମନମୋହନ ସାହୁ ଦ୍ବିତୀୟ, ଅନୁଗୁଳ ବ୍ଲକର ଶ୍ରେୟାଂସା ପ୍ରଧାନ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସଂଗୀତରେ କଣିହାଁ ବ୍ଲକର ସ୍ନେହାଶୀ ନନ୍ଦ ପ୍ରଥମ, ପାଳଲହଡ଼ା ବ୍ଲକର ସ୍ନିଗ୍ଧାରାଣୀ ନାଏକ ଦ୍ବିତୀୟ, ବଅଁରପାଳ ବ୍ଲକର ପ୍ରତ୍ୟାଶା ପ୍ରଧାନ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଚିତ୍ରାଙ୍କନ କିଶୋରନଗର ବ୍ଲକର ଗାୟତ୍ରୀ ବିଶ୍ବାଳ ପ୍ରଥମ, ଅନୁଗୁଳ ବ୍ଲକର ଅଙ୍କିତା ପଟ୍ଟନାୟକ ଦ୍ବିତୀୟ, ଛଣ୍ଡିପଦା ବ୍ଲକର ସୌରଭ ଗଡ଼ନାୟ ତୃତୀୟ ସ୍ଥାନ ହାସଲ କରିଛନ୍ତି। ପ୍ରବନ୍ଧରେ ଅନୁଗୁଳ ବ୍ଲକର ତେଜସ୍ବିନୀ ସାହୁ ପ୍ରଥମ, ପାଳଲହଡ଼ା ବ୍ଲକର ଆଶୁତୋଷ ସାହୁ ଦ୍ବିତୀୟ, ତାଳଚେର ବ୍ଲକର ସୁଲଗ୍ନା ମିଶ୍ର ତୃତୀୟ ସ୍ଥାନ ହାସଲ କରିଛନ୍ତି। ନୃତ୍ୟରେ ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ, ଛଣ୍ଡିପଦା ବ୍ଲକର ଆମ୍ବପାଳ ନତଡ଼ା ନୋଡାଲ୍‌ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ବିତୀୟ, କିଶୋରନଗର ବ୍ଲକର ଧଉରାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ହାସଲ କରିଛି। କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ଶେଷରେ ଶୈକ୍ଷିକ ବିଜ୍ଞାନ ସଂଯୋଜକ ମନୋରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।