ଅନୁଗୁଳ: ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ ସାଇବର ସୁରକ୍ଷା ସଚେତନତା ଅଭିଯାନର ଜିଲ୍ଲା ସ୍ତରୀୟ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଛି। ପ୍ରାରମ୍ଭରେ ସାଇବର ସୁରକ୍ଷା ବିଷୟରେ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ଏବଂ ଅମରେଶ ମିଶ୍ର ଦେଶଭକ୍ତିମୟ ସଙ୍ଗୀତ ପରିବେଷଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ବରିଷ୍ଠ ପ୍ରଶାସକଙ୍କ ଭିଡିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା।
ଉତ୍ତର କେନ୍ଦ୍ରାଚଳ ଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର, ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ ଓ ଆରସିସିଏଫ୍ ଡା. ସଞ୍ଚୟ କୁମାର ସ୍ୱାଇଁ ସାଇବର ସୁରକ୍ଷା ବିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସାଇବର ସୁରକ୍ଷା ଶପଥ ପାଠ କରାଯାଇଥିଲା।
ନ୍ୟୁ କ୍ରିଏସନ୍ ଏକାଡେମୀ ନୃତ୍ୟ ଓ ପାଲା ଗାୟକ ଦଳ ସାଇବର ବାର୍ତ୍ତା ପରିବେଷଣ କରିଥିଲେ, ଯାହାକୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ। ସାଇବର କ୍ୱିଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଅତିଥିମାନେ ଚାରିଟି ସାଇବର ସଚେତନତା ରଥ ଉଦ୍ଘାଟନ କରିଥିଲେ, ଯାହା ଜିଲ୍ଲାର ୮ଟି ବ୍ଲକ୍ ଓ ୪ଟି ଉପଖଣ୍ଡରେ ବୁଲି ସଚେତନତା ପ୍ରଚାର କରିବ।
ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନାଙ୍କ ସହ ଜିଲ୍ଲା ଅଧିକାରୀ, ପୋଲିସ୍, ଜେଆଇଟିପିଏଲ୍, ଜେଏସପିଏଲ, ଏମସିଏଲ, ନାଲକୋ, ଏନଟିପିସି, ଏନ୍ପିସିଟିଟିପିଏସ୍, ସିଆଇଏସ୍ଏଫ୍, ବ୍ୟାଙ୍କ ପ୍ରତିନିଧି, ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ।