ମୁଖ୍ୟ ଖବର

ଜିଲ୍ଲାସ୍ତରୀୟ ଧାନ ମଣ୍ଡି ଉଦଘାଟନ: ଚାଷୀଙ୍କ ଉଚିତ୍ ପ୍ରାପ୍ୟ ପାଇଁ ବିଧାୟକଙ୍କ ପରାମର୍ଶ

By Angul TV Bureau

January 08, 2026

ଅନୁଗୁଳ: ଅନୁଗୁଳ ବ୍ଲକ୍ ବେନ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ଠାରେ ଜିଲ୍ଲା ସ୍ତରୀୟ ଧାନ ମଣ୍ଡିର ଉଦଘାଟନ ହୋଇଛି। ଏହି ଅବସରରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଟନି ଛଟନି ବନ୍ଦ କରି ଧାନ କ୍ରୟ ପ୍ରକ୍ରିୟାରେ ସ୍ଵଚ୍ଛତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେବା ସହ ଚାଷୀମାନେ କିପରି ଧାନର ଉଚିତ୍ ପ୍ରାପ୍ୟ ପାଇବେ ସେ ସମ୍ପର୍କରେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁଦିପ ଗଡନାୟକ, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ, ଅନୁଗୁଳ କେନ୍ଦ୍ର ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସନ୍ତୋଷ କୁମାର ପ୍ରଧାନ, ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା, ଅନୁଗୁଳ ସମବାୟ ସମିତି ସମୂହର ଉପ-ନିବନ୍ଧକ ଶରତ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କ ସମେତ ବିଭାଗୀୟ ଅଧିକାରୀ, କୃଷକ ପ୍ରମୁଖ ଉପସ୍ଥିତ ଥିଲେ।