ଅନୁଗୁଳ: ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଆଜି ସକାଳେ ହ୍ୟାକାଥନ କର୍ମଶାଳା ଆୟୋଜିତ ହୋଇଯାଇଛି। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାକୁ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଉଦଘାଟନ କରିଥିଲେ। ସମ୍ମନିତ ଅତିଥି ଭାବେ କଲେଜ ଅଧ୍ୟକ୍ଷ ଗଙ୍ଗାଧର କର ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ସାହୁ ହ୍ୟାକାଥନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ଇଣ୍ଟରନେଟ ଓ କମ୍ପ୍ୟୁଟର ସହଯୋଗରେ କିଭଳି ନୂଆ ନୂଆ ଦିଗରେ କାର୍ଯ୍ୟ କରାଯାଉଛି ତାହା ବର୍ଣ୍ଣନା କରିଥିଲେ।ଉଦଯାପନୀ ସମାରୋହରେ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡା ଚିତ୍ତରଞ୍ଜନ ସାହୁ, ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ତ୍ରିଲୋଚନ ରାଉତ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର ସାହୁ ଯୋଗ ଦେଇ ଆଜିର କମ୍ପ୍ୟୁଟର ଯୁଗରେ ସିଟି ପ୍ଲାନର, ଡେଭେଲପର ତଥା ବିଭିନ୍ନ ଷ୍ଟାର୍ଟ ଅପ ବିଜିନେସ କ୍ଷେତ୍ରରେ ଏନଟରପ୍ରେନ୍ୟୋର ହେବା ପାଇଁ କାମ୍ପ୍ୟୁଟର ଶିକ୍ଷା ଓ ଇଂଣ୍ଟର୍ନେଟର ଜ୍ଞାନ କିଭଳି ଜରୁରୀ ତାହା ବୁଝାଇଥିଲେ। ବହୁ ଛାତ୍ରଛାତ୍ରୀ ଏହି କର୍ମଶାଳାରେ ଯୋଗ ଦେଇଥିଲେ। କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।