ମୁଖ୍ୟ ଖବର

ଜିଲ୍ଲା ସ୍ତରୀୟ ସମନ୍ବିତ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଶୁଭାରମ୍ଭ

By Angul TV Bureau

July 03, 2024

 

ଅନୁଗୁଳ: ଜିଲ୍ଲା ସ୍ବାସ୍ଥ୍ୟ ସମିତି, ଅନୁଗୁଳ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସମନ୍ବିତ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଶୁଭାରମ୍ଭ ହୋଇଛି। ୧.୭.୨୦୨୪ ଠାରୁ ୩୧.୦୮.୨୦୨୪ ଦୁଇ ମାସ ଧରି ଏହି ସର୍ବେକ୍ଷଣ କାର୍ଯ୍ୟକ୍ରମ ଆଶୀମାନଙ୍କ ଦ୍ବାରା ଘରକୁ ଘର ବୁଲି କରାଯିବ। ଏଥିରେ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, କୁଷ୍ଠରୋଗ, ଯକ୍ଷ୍ମାରୋଗ, ଜଣ୍ଡିସ୍ ଓ ଟୀକାକରଣ ଆଦିର ସର୍ଭେ କରାଯିବ ଏବଂ ସେମାନଙ୍କର ଚିକିତ୍ସା କରାଯିବ। ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ଶିବାନନ୍ଦ ମହାନ୍ତି ଉଦଘାଟନ କରିଥିଲେ। ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ପୂର୍ଣ୍ଣିମା ଉଦଗାତା ସର୍ବେକ୍ଷଣ ଉପରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ.ବିଶ୍ବ ବିହାରି ମହାନ୍ତି ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କରିବାର ତାତ୍ପର୍ଯ୍ୟ ଓ ପ୍ରଚାର ଓ ପ୍ରସାର ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଧନଞ୍ଜୟ ବେହେରା, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଦିପକ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ, ଡି ଏମ୍ ଆର୍ ସି ଏଚ୍, ଆସିଷ୍ଟାଣ୍ଟ ମ୍ୟାନେଜର ଆଶା, ଜିଲ୍ଲା ଭେକ୍ଟରବାହିତ ରୋଗ ପରାମର୍ଶଦାତା, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରାଜ୍ୟ ସଂଯୋଜକ ଡା ବି ପି ଦତ୍ତ, ଏପିଡେମୋଲୋଜିଷ୍ଟ ପ୍ରମୁଖ ଉପସ୍ଥିତ ରହି ସମନ୍ବିତ ସ୍ବାସ୍ଥ୍ୟ ସର୍ବେକ୍ଷଣ ଆଶା ମାନଙ୍କର ଭୂମିକା ଓ ରିପୋର୍ଟ ବିଷୟରେ ଆଲୋଚନା କରିଥିଲେ।