ଅନ୍ୟାନ୍ୟ

ଜିଲ୍ଲାସ୍ତରୀୟ କବି ଜୟଦେବ ଜୟନ୍ତୀ ପାଳିତ, ସହର ପରିକ୍ରମା କଲେ ସଂକୀର୍ତ୍ତନ ମଣ୍ଡଳୀ

By Angul TV Bureau

May 01, 2025

ଅନୁଗୁଳ: ଆଜି ଅକ୍ଷୟ ତୃତୀୟା ଓ କବି ଜୟଦେବଙ୍କ ଜୟନ୍ତୀ ମଧ୍ୟ। ଏ ଅବସରରେ ଅନୁଗୁଳ ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ କବି ଜୟଦେବ ଜୟନ୍ତୀ ପାଳିତ ହୋଇଛି। ସକାଳୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ ଶୈଳଶ୍ରୀକ୍ଷେତ୍ର ଠାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସହର ପରିକ୍ରମା କରି ଜିଲ୍ଲା ପାଠାଗାରରେ ଏକତ୍ରିତ ହୋଇଥିଲେ। ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଡଃ.ଧରଣୀଧର ନାଥ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ଡଃ ଶାନ୍ତନୁ କୁମାର ସର, ସଭାପତି ଭାବେ କୁମୁଦ ଚନ୍ଦ୍ର ଦା, ସମ୍ମାନିତ ଅତିଥି ଭାବେ ଡଃ. ସଦାନନ୍ଦ ପରିଡ଼ା, ସଗେଜ କୁମାର ପାଣିଗ୍ରାହୀ, ନିରଞ୍ଜନ ପତି ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାଏକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପରେ ସୁରେଶ ଚନ୍ଦ୍ର ସାହୁ ଶ୍ଳୋକ ଆବୃତ୍ତି କରିବା ସହ ଅତିଥି ଦୀପ ପ୍ରଜ୍ବଳନ କରିଥିଲେ। ଅତିଥିମାନେ ଜୟଦେବଙ୍କ ବିରଚିତ ଗୀତଗୋବିନ୍ଦ ବଖାଣିଥିଲେ।