ମୁଖ୍ୟ ଖବର

କଳା ଖଣି ଆଇନ ପ୍ରତ୍ୟାହାର ଦାବିରେ ଜିଲ୍ଲାସ୍ତରୀୟ ମିଳିତ ବୈଠକ

By Angul TV Bureau

August 23, 2026

ଅନୁଗୋଳ: ଖଣି ଓ ଖଣିଜ ପଦାର୍ଥ ଉନ୍ନୟନ ଓ ନିୟନ୍ତ୍ରଣ ସଂଶୋଧନ ଆଇନକୁ କଳା ଆଇନ ଆଖ୍ୟା ଦେଇ ଏହାର ପ୍ରତ୍ୟାହାର ଦାବିରେ ଆଜି ଅନୁଗୋଳ ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲାସ୍ତରୀୟ ମିଳିତ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଏହି ଆଇନ ଦ୍ୱାରା ଓଡିଶାର ସ୍ୱାର୍ଥ ବାଧାପ୍ରାପ୍ତ ହେବ ବୋଲି ଆଲୋଚନା କରାଯାଇଥିଲା।

ଅନୁଗୋଳ ଜିଲ୍ଲା ରାଜ୍ୟ ରାଜକୋଷକୁ ସର୍ବାଧିକ ଖଣି ରାଜସ୍ୱ ଦେଉଥିବା ବେଳେ ଏହି ନୂଆ ଆଇନ ଫଳରେ ରାଜ୍ୟ ଖଣିରୁ ଲାଭ ପାଇବ ନାହିଁ ଓ ସବୁ ଲାଭ କେନ୍ଦ୍ର ନେଇଯିବ ବୋଲି ଅଭିଯୋଗ କରାଯାଇଥିଲା। କୃଷି ଆଇନ ପରି ଏହି କଳା ଆଇନକୁ ତୁରନ୍ତ ପ୍ରତ୍ୟାହାର କରାନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।

ବୈଠକରେ ସିପିଏମ ନେତା ତଥା ସିଟୁ ଜିଲ୍ଲା ସାଧାରଣ ସମ୍ପାଦକ ଡ. ଉପେନ୍ଦ୍ର ଶର୍ମା କହିଥିଲେ ଯେ, ଆଇନ ପ୍ରଣୟନ ବେଳେ ଓଡିଶାର ୨୦ ଲୋକସଭା ଓ ୫ ରାଜ୍ୟସଭା ସାଂସଦ ଚୁପ୍ ରହିବା ରାଜ୍ୟ ପ୍ରତି ଅପମାନ। ଏହାର ପ୍ରତିବାଦରେ ସମସ୍ତ ସାଂସଦ ଓ ମନ୍ତ୍ରୀଙ୍କୁ ବିରୋଧ କରାଯିବା ଉଚିତ। ବିଏସପି ଜିଲ୍ଲା ସଭାପତି ଖଗେଶ୍ୱର ନାଏକ, ପ୍ରଦେଶ କଂଗ୍ରେସ ଉପସଭାନେତ୍ରୀ ସସ୍ମିତା ବେହେରା ପ୍ରମୁଖ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ତପନ ପ୍ରଧାନ, ଲକ୍ଷ୍ମୀଧର ପୃଷ୍ଟି, ବିନୋଦ ମାଝୀ, ରାକେଶ ମିଶ୍ର, ସଂଗ୍ରାମ କେଶରୀ କୁଅଁର, ରଶ୍ମିରଞ୍ଜନ ସାହୁ, ଅଳକାରାଣୀ ମହାପାତ୍ର, ପଦ୍ମିନୀ ନାଏକ, ବାସୁଦେବ ସାମଲ, ଅବିନାଶ ଦଳବେହେରା, ଅଶୋକ ନାଏକ, ଅରୁଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା କଂଗ୍ରେସ କମିଟିମୁଖପାତ୍ର ଗୋପାଳ ଚନ୍ଦ୍ର ନାଥ ଧନ୍ୟବାଦ ଦେଇଥିଲେ।