ମୁଖ୍ୟ ଖବର

ପାଳଲହଡ଼ାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି, ୬ଟିର ହେଲା ତତ୍କାଳ ସମାଧାନ

By Angul TV Bureau

September 21, 2026

ଅନୁଗୋଳ: ଉପଜିଲ୍ଲାପାଳଙ୍କ ସଭାଗୃହରେ ସୋମବାର ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅବଦାଲ୍‌ ଏମ୍‌. ଅଖତରଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଶିବିରରେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।ଶିବିରରେ ମୋଟ ୯୮ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ୭୭ଟି ବ୍ୟକ୍ତିଗତ ଓ ୧୭ଟି ଗୋଷ୍ଠୀଗତ ଅଭିଯୋଗର ଶୁଣାଣି ହୋଇଥିଲା। ୬ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି (CMRF)ରୁ ୪ ଜଣଙ୍କୁ ସହାୟତା ମଞ୍ଜୁର କରାଯାଇଥିଲା।

ପରେ ଜିଲ୍ଲାପାଳ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ବିଭାଗ ପକ୍ଷରୁ ଖୋଲାଯାଇଥିବା ‘ସେବା ସଂକଳ୍ପ’ ଷ୍ଟଲ୍‌ ପରିଦର୍ଶନ କରିଥିଲେ। ଏହି ଅବସରରେ ୨ ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ୍‌ ବଣ୍ଟନ କରାଯାଇଥିଲା। ଅପରାହ୍ନରେ ଜିଲ୍ଲାପାଳ ନାଗିରା ଅଞ୍ଚଳ ଗସ୍ତ କରି ନମଗାଁ ପୋଲ ଓ ରାସ୍ତାର ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ।