ଅନ୍ୟାନ୍ୟ

ଅନୁଗୁଳରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ: ସମାଧାନ ହେଲା ୫୨୬ ମାମଲା, ଦେଢ଼ କୋଟି ଟଙ୍କାର କ୍ଷତି ପୂରଣ ପ୍ରଦାନ

By Angul TV Bureau

October 15, 2023

ଅନୁଗୁଳ: ଶନିବାର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁଗୁଳରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଏହି ଲୋକ ଅଦାଲତରେ ୫୨୬ ଟି ମାମଲାର ଫଇସଲା କରାଯାଇଥିଲା। ସେଥିରୁ ମୋଟରଯାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ଏକ କୋଟି ୫୮ ଲକ୍ଷ ୪୦ ହଜାର ଟଙ୍କାର କ୍ଷତି ପୂରଣ ପ୍ରଦାନ କରାଯାଇଥିଲା। ସେହିଭଳି ୭ ଟି ପାରିବାରିକ ବିବାଦ ମାମଲା, ୫୧୩ ଟି ରାଜସ୍ୱ ମାମଲାର ଫଇସଲା କରାଯାଇଥିଲା।

ଅନୁଷ୍ଠିତ ଲୋକ ଅଦାଲତରେ ତାଳଚେର ଓ ଆଠମଲ୍ଲିକର ଅଦାଲତ, ଅନୁଗୁଳ ଜିଲ୍ଲାର ବିଭିନ୍ନ ତହସିଲ ଅଂଶ ଗ୍ରହଣ କରିଥିଲେ। ଅନୁଗୁଳ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଣବ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଲୋକ ଅଦାଲତରେ ସରକାରୀ ଓକିଲ, ଅନୁଗୁଳ କୋର୍ଟର ଆଇନଜୀବୀ, ଆଇନସେବା ପ୍ରାଧିକରଣର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ କମଳାକାନ୍ତ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।