ମୁଖ୍ୟ ଖବର

ଜିଲ୍ଲା ସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଡିଜିଟାଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ: ଡିଜିଟାଲ ସାଂଗଠନିକ ସଶକ୍ତିକରଣ ଉପରେ ଗୁରୁତ୍ୱ

By Angul TV Bureau

July 18, 2026

ଅନୁଗୋଳ: ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ସଭାପତିତ୍ୱରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଡିଜିଟାଲ ଲର୍ଣ୍ଣିଂ ପ୍ଲାଟଫର୍ମ (ଡିଏଲପି) ଅଧୀନରେ ଜିଲ୍ଲାସ୍ତରୀୟ ଡିଜିଟାଲ ପ୍ରଶିକ୍ଷଣ କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ଏହି କର୍ମଶାଳାରେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଡିଏଲପି ରାଜ୍ୟ ସହ-ସଂଯୋଜକ ତଥା ରାଜ୍ୟ ଯୁବମୋର୍ଚ୍ଚାର ପୂର୍ବତନ ରାଜ୍ୟ ସାଧାରଣ ସଂପାଦକ ଦୀପକ ଗୋଚ୍ଛାୟତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଜିଲ୍ଲା ଉପସଭାପତି ନୃସିଂହ ବରାଳ, ଜିଲ୍ଲା ଡିଜିଟାଲ ପ୍ରଶିକ୍ଷଣର ଜିଲ୍ଲା ସଂଯୋଜକ ତଥା ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କୁମାର ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ, ଜିଲ୍ଲା ଡିଜିଟାଲ ପ୍ରଶିକ୍ଷଣର ସହ-ସଂଯୋଜକ ପ୍ରହଲ୍ଲାଦ ସାମଲ, ଯଶୋବନ୍ତ ପ୍ରସାଦ ବେହେରା ଓ ରୋଜାଲିନ ଦାସଙ୍କ ସମେତ ରାଜ୍ୟ ପଦାଧିକାରୀ, ଜିଲ୍ଲା ପଦାଧିକାରୀ, ଜିଲ୍ଲା ମୋର୍ଚ୍ଚା ସଭାପତି, ମଣ୍ଡଳ ସଭାପତି, ପ୍ରଭାରୀ, ଡିଏଲପି ଟୋଲି ସଦସ୍ୟ ଏବଂ ଶକ୍ତିକେନ୍ଦ୍ର ଉପସ୍ଥିତ ରହିଥିଲେ।

ଉପସ୍ଥିତ କର୍ମକର୍ତ୍ତାମାନେ ଡିଜିଟାଲ ସାଂଗଠନିକ ସଶକ୍ତିକରଣ ଦିଗରେ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପ୍ରଚାର, ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର ଏବଂ ଦଳୀୟ ଯୋଜନାର ଅନଲାଇନ କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା ହୋଇଥିଲା।