ଅନୁଗୁଳ: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଆସନ୍ତା ୬ ତାରିଖରେ ସ୍ଥାନୀୟ ବିଜୁ ମଇଦାନରେ ଆୟୋଜିତ ହେବ ନିଯୁକ୍ତି ମେଳା। ଏ ନେଇ ଆଜି ଜିଲ୍ଲାରେ ଗଡ଼ିଛି ସଚେତନତା ରଥ। ଏହି ରଥକୁ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ ଶୁଭାରମ୍ଭ କରିଥିଲେ। ଏହି ରଥ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ୨୦୨୪-୨୫ ସମ୍ପର୍କରେ ସଚେତନତା ବାର୍ତ୍ତାକୁ ଜିଲ୍ଲା ସଦର ମହକୁମା ସମେତ ବିଭିନ୍ନ ଅଞ୍ଚଳରେ ପହଞ୍ଚାଇବ।
କାର୍ଯ୍ୟକ୍ରମରେ ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ବିଶ୍ବଭୂଷଣ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଦେବାଶିଷ ସାହୁଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ଏହି ନିଯୁକ୍ତି ମେଳାରେ ଅନୁଗୁଳ ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳର ୫ମ ଶ୍ରେଣୀ ଠାରୁ +୩, ଆଇ ଟି ଆଇ ଏବଂ ଡିପ୍ଲୋମା ପାସ୍ କରିଥିବା ୧୮ ବର୍ଷରୁ ୩୫ ବର୍ଷ ବୟସର ପ୍ରାର୍ଥୀ ଅଂଶଗ୍ରହଣ କରିପାରିବେ।