ମୁଖ୍ୟ ଖବର

ଅନୁଗୁଳରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା: ୧୦୩ ଜଣଙ୍କୁ ତାଲିମ ପତ୍ର ପ୍ରଦାନ

By Angul TV Bureau

March 06, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆଜିପୂର୍ବାହ୍ନରେ ସ୍ଥାନୀୟ ବିଜୁ ମଇଦାନ ଠାରେ ଅନୁଷ୍ଠିତ ହୋଇଛି।

ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସଭାରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ସୁଦିପ ଗଡ଼ନାୟକ, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ବିଶ୍ବଭୂଷଣ, ଜେଏସ୍ ପି ଏଲର ଶରତ ପଣ୍ଡା ଓ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଦେବାଶିଷ ସାହୁ ପ୍ରମୁଖ ଯୋଗ ଦେଇ ଆବେଦନକାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ।

ନିଯୁକ୍ତି ମେଳା ପାଇଁ ମୋଟ ୧୧୭୬ ଜଣ ଆବେଦନକାରୀ ପଞ୍ଜିକୃତ କରିଥିବା ବେଳେ ୧୦୩ ଜଣଙ୍କୁ ନିଯୁକ୍ତି ତାଲିମ ପତ୍ର ପ୍ରଦାନ କରାଯାଇଛି। ପର୍ଯ୍ୟାୟକ୍ରମେ ଅବଶିଷ୍ଟ ଆବେଦନକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ମେଳାରେ ମୋଟ ୪୬ଗୋଟି ଷ୍ଟଲ ଖୋଲାଯାଇଥିବା ବେଳେ ୫୨ ଟି ନିଯୁକ୍ତି ପ୍ରଦାନକାରୀ ତଥା ତାଲିମ ପ୍ରଦାନକାରୀ ସଂସ୍ଥା ଯୋଗ ଦେଇଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ଭୂପେନ୍ଦ୍ର ସିଂହ ପୁନିଆ ଓ ଜିଲ୍ଲାପାଳ ଅବଦାଲ ମୁହମ୍ମଦ୍ ଅଖତର ନିଯୁକ୍ତି ମେଳାର ବିଭିନ୍ନ ଷ୍ଟଲ ପରିଦର୍ଶନ କରିଥିଲେ।