ଅନୁଗୋଳ: ବିଜ୍ଞାନକୁ ଜନସାଧାରଣଙ୍କ ନିକଟତର କରିବା ଏବଂ ଜନକଲ୍ୟାଣରେ ବିଜ୍ଞାନର ଉପଯୋଗିତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ମଧୁସ୍ମିତା ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୈନନ୍ଦିନ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ ବୋଲି କହିଥିଲେ। ଏଡିଇଓ ଲୋପାମୁଦ୍ରା ପଟ୍ଟନାୟକ ନାଟକ ମାଧ୍ୟମରେ ଭାବ ପ୍ରକାଶ ଓ ବାସ୍ତବତାକୁ ଅଭିନୟରେ ପ୍ରତିଫଳିତ କରିବା ସମ୍ପର୍କରେ ମତ ରଖିଥିଲେ।ପ୍ରତିଯୋଗିତାରେ ୯ଟି ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ। ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ, ଓଡ଼ଶ-ଖମାର ପ୍ରଥମ, ଅନୁଗୋଳ ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଅନୁଗୋଳ ତୃତୀୟ ସ୍ଥାନ ହାସଲ କରିଥିଲେ। ଅଭିନୟ ବିଭାଗରେ ସମୀକ୍ଷା ଶ୍ରାବଣୀ ପ୍ରଧାନ ପ୍ରଥମ, ଇପ୍ସିତା ମିଶ୍ର ଦ୍ୱିତୀୟ ଓ ଶୁଭସ୍ମିତା ବିଶ୍ୱାଳ ତୃତୀୟ ହୋଇଥିଲେ।
ପ୍ରଥମ ସ୍ଥାନ ହାସଲ କରିଥିବା ଓଡ଼ଶ-ଖମାର ବିଦ୍ୟାଳୟ ଜୋନସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି। ଡ. ଅକ୍ଷୟ କୁମାର ପଣ୍ଡା, ଭାରତୀ ପଟ୍ଟନାୟକ ଓ ସୁହାସିନୀ ପ୍ରଧାନ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡ଼ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।