ମୁଖ୍ୟ ଖବର

ଅନୁଗୁଳ ଓକିଲ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ସେମିନାର: ନୂତନ ତିନୋଟି ଅପରାଧିକ ଆଇନ ନେଇ ଆଲୋଚନା କଲେ ବରିଷ୍ଠ ଜଜ୍ ଓ ଓକିଲ

By Angul TV Bureau

December 16, 2024

ଅନୁଗୁଳ : ଅନୁଗୁଳ ଓକିଲ ସଂଘ ପକ୍ଷରୁ ନୂତନ ତିନୋଟି ଅପରାଧିକ ଆଇନ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ ସେମିନାର ରବିବାର ସ୍ଥାନୀୟ ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓକିଲ ସଂଘର ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅନୁଗୁଳ ଜିଲ୍ଲା କୋର୍ଟର ଅତିରିକ୍ତ ଜିଲ୍ଲା ଜଜ (ଭିଜିଲାନ୍ସ) ରାଜଲକ୍ଷ୍ମୀ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଏଡିଜେ ତଥା ସେସନ୍ସ ଜଜ ରଂଜିତା ଜ୍ୟୋତିଷି, ଅନୁଗୁଳ କୋର୍ଟର ପବ୍ଲିକ ପ୍ରୋସିକ୍ୱିଟର ପ୍ରଦୀପ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଆଇଆଇଏମ, ବୁର୍ଲା, ସମ୍ବଲପୁରର ପ୍ରଫେସର ଡ. ସୁନିତ କୁମାର ପୃସେଠ ଯୋଗଦେଇ ସେମିନାରକୁ ଉଦଘାଟନ କରିଥିଲେ।

ଏ ଅବସରରେ ଅତିଥିମାନେ ଭାରତୀୟ ନ୍ୟାୟ ବ୍ୟବସ୍ଥା ଓ ନୂତନ ତିନୋଟି ଆଇନ ସମ୍ବନ୍ଧରେ ବିକ୍ଷିପ୍ତ ଭାଷଣ ପ୍ରଦାନ କରିଥିଲେ। ଆଇନଜୀବୀ ବେନାଜିର ଷଡ଼ଙ୍ଗୀ, ସରିତା ମିଶ୍ର ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ସଂଘର ବରିଷ୍ଠ ଆଇନଜୀବୀ ପରମାନନ୍ଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ମହେନ୍ଦ୍ର ବସ୍ତିଆ, ସୁବାସ ଚନ୍ଦ୍ର ସାହୁ, ପ୍ରମୋଦ ପ୍ରଧାନ, ସୁବାସ ଚନ୍ଦ୍ର ମିଶ୍ର, ବସନ୍ତ କୁମାର ଦାସ, ଦ୍ୱାରିକା ପ୍ରସାଦ ନନ୍ଦ, ପ୍ରଦୀପ କୁମାର ଦେବତା, ଗୋପାଳ ଚନ୍ଦ୍ର ନାଥ, ଓକିଲ ସଂଘର ଉପସଭାପତି ଶିବାଶିଷ କର, ସହସମ୍ପାଦକ ପ୍ରଦୀପ୍ତ କୁମାର ଭୁତିଆ, ସାଂସ୍କୃତିକ ସମ୍ପାଦକ ବିନୋଦ କୁମାର ପ୍ରଧାନ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନଙ୍କ ସମେତ ଅନୁଗୁଳ, ତାଳଚେର ଓ ଆଠମଲ୍ଲିକ ଓକିଲ ସଂଘର ଆଇନଜୀବୀ, ସହରର ବୁଦ୍ଧିଜୀବୀ ଓ ଆଦର୍ଶ ଆଇନ ମହାବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।