ମୁଖ୍ୟ ଖବର

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ ୨୦୨୩-୨୪” ଆୟୋଜିତ, ଅନ୍ତର୍ନିହିତ କଳା ଓ ପ୍ରତିଭାର ପ୍ରଦର୍ଶନ କଲେ ୨୦୦ରୁ ଊର୍ଦ୍ଧ୍ଵ ଶିଶୁ

By Biswaranjan Pattnaik

October 16, 2023

ଅନୁଗୁଳ: ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ ୨୦୨୩-୨୪” ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରୁ ୨୦୦ ରୁ ଅଧିକ ଶିଶୁ ଉପସ୍ଥିତ ରହି ସେମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କଳା ଓ ପ୍ରତିଭାର ପ୍ରଦର୍ଶନ କରିଥିଲେ।

ଉତ୍ସବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ଶିଶୁମାନଙ୍କୁ ଆତ୍ମନିର୍ଭରଶୀଳ, ନିର୍ଭୀକ ଓ ଦୃଢମନା ହୋଇ ଏକ ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥିଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାନନ୍ଦ ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ସୁସ୍ମିତା ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ମହାନ୍ତି, ଜିଲ୍ଲା ସୁରକ୍ଷା ଅଧିକାରୀ ପୌର୍ଣ୍ଣମାସୀ ରଥ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଦୀପ୍ତିମୟୀ ସାହୁ ଯୋଗ ଦେଇଥିଲେ। ଉଦଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ। ଏଥିରେ ପ୍ରଥମ ସ୍ଥାନ ଅଧିକାର କରି କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନେ ଆଗାମୀ ଦିନରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା କହିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଝରଣା ନାୟକ, ଅମରେଶ ଜାଲି, ମଧୁସ୍ମିତା ଧଳ, ପ୍ରଦୀପ ନାୟକ, ଦିଲ୍ଲୀପ ନାୟକ, ଛଇଳ ନାୟକ, ସତ୍ୟାନନ୍ଦ ସାହୁ, ସୁମନ ନାୟକ, ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ବେହେରା, ବିଭିନ୍ନ ଶିଶୁ ଯନ୍ତ୍ର ଗୃହର କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ।