କ୍ରୀଡ଼ା

ଜିଲ୍ଲା ସ୍ତରୀୟ ଯୋଗ ଓ ସନ୍ତରଣ ଶିବିର

By Biswaranjan Pattnaik

September 24, 2024

ଅନୁଗୁଳ: ଆଜି ଅନୁଗୁଳ ଇଣ୍ଡୋର ଷ୍ଟାଡିୟମ୍ ରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହର ଯୋଗ ଓ ସନ୍ତରଣ ଚୟନ ଶିବିର ଆୟୋଜିତ ହୋଇଯାଇଛି। ପୂର୍ବତନ ରଞ୍ଜିତ ଟ୍ରଫି ଖେଳାଳୀ ଲଲାଟେନ୍ଦୁ ପ୍ରଧାନ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଅତିଥି ରୂପେ ଶିବିରକୁ ଉଦଘାଟନ କରିଥିଲେ । ୮ ଗୋଟି ବ୍ଲକରୁ ପ୍ରାୟ ୮୦ ଜଣ ଖେଳାଳୀ ଏଥିରେ ଅଂଶ ଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ବଛା ଯାଇଥିବା ଖେଳାଳୀ ମାନେ ସମ୍ବଲପୁରରେ ହେବାକୁଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ।

ଏହି ଶିବିରରେ ଅଫିସିଆଲ୍ ଭାବେ କ୍ରୀଡା ଶିକ୍ଷକ ବିନୋଦ ଚନ୍ଦ୍ର ଦେହୁରୀ,ଗୁରୁ ଚରଣ ସାହୁ,ଦୋଳ ଗୋବିନ୍ଦ ଦଳେଇ,ଅରୁଣ ସାହୁ,ନିବେଦିତା ପଟ୍ଟନାୟକ ଯୋଗ ଦେଇଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ସୁସ୍ମିତା ସାହୁ ଏବଂ ଶାରିରୀକ କ୍ରୀଡା ଅଧିକାରୀ ଭିକାରୀ ବନ୍ଧୁ ସାହୁ ଙ୍କ ତତ୍ବାବଧାନ ରେ ଏହି ଶିବିର ଆୟୋଜିତ ହୋଇଥିଲା।