ମୁଖ୍ୟ ଖବର

ଜିଲ୍ଲାସ୍ତରୀୟ ଶିକ୍ଷଣ-ଶିକ୍ଷାଦାନ ସାମଗ୍ରୀ ପ୍ରଦର୍ଶନୀ ଆୟୋଜିତ, ୨୫୦ ପ୍ରକଳ୍ପ ପ୍ରଦର୍ଶିତ

By Angul TV Bureau

March 29, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଜିଲ୍ଲାସ୍ତରୀୟ ଶିକ୍ଷଣ-ଶିକ୍ଷାଦାନ ସାମଗ୍ରୀ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ମଦନ ସୁନ୍ଦର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ, ସମ୍ମାନିତ ଅତିଥିଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନନ୍ଦ ଯୋଗ ଦେଇଥିଲେ। ପ୍ରଦର୍ଶନୀରେ ପ୍ରତ୍ୟେକ ବ୍ଲକରୁ ୫ ଜଣ ଶିକ୍ଷକଶିକ୍ଷୟିତ୍ରୀ ଓ ୨ ଜଣ ଅଙ୍ଗନୱାଡି କର୍ମୀ, ଅଙ୍ଗନୱାଡି ପର୍ଯ୍ୟବେକ୍ଷକ ନିଜ ନିଜର ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରିଥିଲେ। ପାଖାପାଖି ୨୫୦ ରୁ ଅଧିକ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ କରାଯାଇଥିଲା। ଅତିଥିମାନେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିରୁପମା ପାଣି, ସମାଜ ମଙ୍ଗଳ ଅଧିକାରୀ ପାର୍ବତୀ ସାହୁ, ଶିଶୁ ବିକାଶ ଯୋଜନା ଅଧିକାରୀ ସୁଷମା ସେଠୀ ଯୋଗ ଦେଇଥିଲେ। ଛୋଟରାୟ ଟୁଡୁ ଓ ଜ୍ଞାନୀ ଦୁଷ୍ମନ୍ତ ବେହେରା ପୁରସ୍କାର ବିତରଣରେ ସହଯୋଗ କରିଥିଲେ। ଡ. ଗଣେଶ୍ୱର ସାହୁ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ରାମକୃଷ୍ଣ ପରିଚ୍ଛା ବିବରଣୀ ପାଠ କରିଥିଲେ ଓ ମମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।