ମୁଖ୍ୟ ଖବର

‘ଯୌତୁକ ନିଷେଧ ଅଧିନିୟମ, ୧୯୬୧’ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର

By Angul TV Bureau

October 30, 2026

ଅନୁଗୋଳ, ୩୦/୧୦: ସମାଜରୁ ଯୌତୁକ ପ୍ରଥାର ମୂଳୋତ୍ପାଟନ ଏବଂ ମହିଳାଙ୍କ ସୁରକ୍ଷା ଓ ଅଧିକାର ସୁନିଶ୍ଚିତ ଲକ୍ଷ୍ୟରେ ଆଜି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ‘ଯୌତୁକ ନିଷେଧ ଅଧିନିୟମ, ୧୯୬୧’ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି।ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନର କଡ଼ା କାର୍ଯ୍ୟକାରିତା ଓ ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଉପ ଆରକ୍ଷୀ ଅଧୀକ୍ଷକ ଲଳିତା ଲାକ୍ରା ରିସୋର୍ସ ପର୍ସନ ଭାବେ ଯୋଗ ଦେଇ ଯୌତୁକର ଆଇନଗତ ଦିଗ ଉପରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଉନ୍ନୟନ ଅଧିକାରୀ ଡ. ଗୌରବମୟ ପ୍ରଧାନ, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ପୂର୍ଣ୍ଣିମା ଉଦଗାତା, ଜିଲ୍ଲା ପଞ୍ଚାୟତ ଅଧିକାରୀ ଚିନ୍ମୟୀ ସାମନ୍ତରାୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ଶତପଥୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନମ୍ ସ୍ମିତା ସାହୁ, ଜନପ୍ରତିନିଧି, ୱାନ ଷ୍ଟପ୍ ସେଣ୍ଟର ଓ ଶକ୍ତି ସଦନର ସଦସ୍ୟମାନେ ଉପସ୍ଥିତ ଥିଲେ। ମହିଳା ଶିକ୍ଷିତ, ସଶକ୍ତ ଓ ଆର୍ଥିକ ସ୍ୱାଧୀନ ହେଲେ ଯୌତୁକ ପ୍ରଥା ରୋକିବା ସମ୍ଭବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।