କ୍ରୀଡ଼ା

ହକି ବିଶ୍ୱକପ ପ୍ରସାର ପାଇଁ ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ, ବାଜି ମାରି ନେଲା ତାଳଚେର

By Angul TV Bureau

January 03, 2023

ଅନୁଗୁଳ : ହକି ପୁରୁଷ ବିଶ୍ୱକପର ପ୍ରଚାର ପ୍ରସାର ସହ ଅନ୍ୟ ଖେଳର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି। ବିଶ୍ୱକପର ପ୍ରସାର ପାଇଁ ବ୍ଲକ ସ୍ତରରେ ପ୍ରଥମେ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା। ଅନୁଗୁଳ ଜିଲ୍ଲାର ସମସ୍ତ ୮ ବ୍ଲକରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପରେ ପ୍ରତ୍ୟେକ ବ୍ଲକର ଶ୍ରେଷ୍ଠ ଟିମକୁ ନେଇ ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା। ଅନୁଗୁଳ ମା’ ବାସନ୍ତୀ ପଡ଼ିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଅନୁଗୁଳ, ତାଳଚେର, କଣିହାଁ, କିଶୋରନଗର, ଛେଣ୍ଡିପଦା, ବଅଁରପାଳ ଛଅଟି ଟିମ୍ ଭାଗ ନେଇଥିଲେ। ଉଭୟ ଗ୍ରୁପରୁ କଣିହାଁ ଓ ତାଳଚେର ଟିମ୍ ଉତ୍ତୀର୍ଣ୍ଣ ହୋଇଥିଲେ। ଫାଇନାଲରେ ତାଳଚେର ଦଳ ୨୭-୨୫ , ୨୫-୧୮ ଓ ୧୯-୧୭ ରେ କଣିହାଁ ଦଳକୁ ପରାଜିତ କରି ଚମ୍ପିୟାନ ହୋଇଛି। ଆଜିର ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ଖେଳ ଅଧିକାରୀ ଅକ୍ଷୟ କୁମାର ସିଠ, ଡେପୁଟି କଲେକ୍ଟର ମଧୁସ୍ମିତା ବିଶି, ଅନୁଗୁଳ ତହସିଲଦାର ବିମଳ କୁମାର ଲେଙ୍କା ଯୋଗ ଦେଇ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ଚମ୍ପିୟାନ ଦଳକୁ ଟ୍ରଫି ସହ ୩ ହଜାର ଟଙ୍କା ଓ ରନର୍ସଅପ ଦଳକୁ ଟ୍ରଫି ସହ ୨ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ କଣିହାଁ ଦଳର ଅଜୟ ସାହାଣୀଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଛି।