ମୁଖ୍ୟ ଖବର

ତିନି ନୂଆ ଆଇନ ସମ୍ପର୍କରେ ଜିଲ୍ଲାସ୍ତରୀୟ କର୍ମଶାଳା, ଯୋଗ ଦେଲେ ପୋଲିସ, ଡାକ୍ତର, ବନ ଅଧିକାରୀ ଓ ଆଇନଜୀବୀ

By Angul TV Bureau

November 04, 2025

ଅନୁଗୁଳ: ଦେଶରେ ଲାଗୁ ହୋଇଥିବା ତିନି ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲାର ବିଭିନ୍ନ ବିଭାଗକୁ ନେଇ ଏକ କର୍ମଶାଳା ଜିଲ୍ଲା ଆରକ୍ଷୀ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପୋଲିସ, ବନ ବିଭାଗ, ଡାକ୍ତରୀ ବିଭାଗ ଏବଂ ଓକିଲମାନେ ଯୋଗ ଦେଇଥିଲେ। ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ଅଧ୍ୟକ୍ଷତାରେ ଏବଂ ଜିଲ୍ଲା ଅଭିଯୋଜନ ଉପନିର୍ଦ୍ଦେଶକ ଗଣେଶ କୁମାର ବେହେରାଙ୍କ ସଂଯୋଜନାରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଅଭିଯୋଜନ ଉପନିର୍ଦ୍ଦେଶକ ଶ୍ରୀ ବେହେରା ପୋଲିସ ତଦନ୍ତ ସମୟରେ ଦୁଷ୍କର୍ମ ପୀଡ଼ିତାଙ୍କ ଡ଼ାକ୍ତରୀ ପରୀକ୍ଷା ଏବଂ ଇଂଜୁରୀ ରିପୋର୍ଟ ପ୍ରସ୍ତୁତ କରିବା ସମ୍ପର୍କରେ ସିଡିଏମଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଏହାର ଆଇନଗତ ଦିଗ ଉପରେ ମତ ରଖିଥିଲେ। ମୁଖ୍ୟ ବକ୍ତା ଅଭିଯୋଜନ ନିର୍ଦ୍ଦେଶାଳୟର ପୂର୍ବତନ ଉପନିର୍ଦ୍ଦେଶକ ପ୍ରଦୀପ କୁମାର ଦାସ ଭାରତୀୟ ନାଗରିକ ସୁରକ୍ଷା ସଂହିତା ରେ ଥିବା ଆରେଷ୍ଟ ଏବଂ ରିମାଣ୍ଡ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ଅତିରିକ୍ତ ଏସପି ରାଜୀବ ଲୋଚନ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଡିଏମଓ ଡକ୍ଟର ମଦନ ମୋହନ ସାହୁ, ପିପି ପ୍ରଶାନ୍ତ କୁମାର ମୁଦୁଲି, ଭିଜିଲାନ୍ସ ପିପି ଅଶ୍ବିନୀ କୁମାର ସାହୁ, ପୂର୍ବତନ ପିପି ମହେନ୍ଦ୍ର ବସ୍ତିଆ, ଦୁଇ ସହ ନିର୍ଦ୍ଦେଶିକା ହରପ୍ରିୟ ସ ଏବଂ ରିତା ମିଞ୍ଜଙ୍କ ସହ ଜିଲ୍ଲାର ପୋଲିସ, ଅବକାରୀ, ବନବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଶେଷରେ ଅତିରିକ୍ତ ଏସ ପି ଶ୍ରୀ ପଣ୍ଡା ଧନ୍ୟବାଦ ଦେଇଥିଲେ।