ମୁଖ୍ୟ ଖବର

ଆଠମଲ୍ଲିକ ଉପଖଣ୍ଡର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

By Angul TV Bureau

October 21, 2022

ଆଠମଲ୍ଲିକ : ଆଠମଲ୍ଲିକ ଉପଖଣ୍ଡର ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଗୁରୁବାର ସମୀକ୍ଷା ଓ ତଦାରଖ କରିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ।

ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ପ୍ରଥମେ ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଠାରେ ପହଞ୍ଚିବା ପରେ ଉପଜିଲ୍ଲାପାଳ ତରଣୀ ସୁନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌଭାଗ୍ୟ ବେହେରା, ତହସିଲଦାର ଯଶୋବନ୍ତ ଦେହୁରୀ, ବ୍ଲକ ସହାୟକ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କୁ ନେଇ ୫ଟି ଅନ୍ତର୍ଗତ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟ ଓ ପାର୍କ ନିର୍ମାଣ କାର୍ଯ୍ୟକୁ ତଦାରଖ କରିଥିଲେ l ଠାକୁରଗଡ଼ ଠାରେ ସରକାରୀ ଜମି ଜବରଦଖଲକୁ ନେଇ ସମୀକ୍ଷା କରିବା ସହ ତୁରନ୍ତ ଉଚ୍ଛେଦ କରି କାର୍ଯ୍ୟାନୁଷ୍ଠାନ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପରେ ଆମ୍ବସରମୁଣ୍ଡା ପଞ୍ଚାୟତ ହାଇସ୍କୁଲକୁ ଯାଇ ଜିଲ୍ଲାପାଳ ୫ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ତଦାରଖ କରିଥିଲେ। ନଅଗାଁ ପଞ୍ଚାୟତ କଲ୍ୟାଣମଣ୍ଡପ କାର୍ଯ୍ୟ, ଲୁହାସିଙ୍ଗା ପଞ୍ଚାୟତରେ ହେଉଥିବା ମନରେଗା କାର୍ଯ୍ୟକୁ ସମୀକ୍ଷା କରିବା ସହ କାର୍ଯ୍ୟରେ ବିଳମ୍ବତା ପାଇଁ ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିଥିବା ଜଣାଯାଇଛି। ପରେ କିଶୋରନଗର ବ୍ଲକରେ ମଧ୍ୟ ମନରେଗା କାର୍ଯ୍ୟକୁ ସମୀକ୍ଷା କରିଥିଲେ ଜିଲ୍ଲାପାଳ। ଶେଷରେ ବାମୁର ଠାରୁ ରେଢ଼ାଖୋଲ ଆଡକୁ ନିର୍ମାଣ ହେଉଥିବା ୫୫ ନମ୍ବର ଜାତୀୟ ରାଜପଥର କାର୍ଯ୍ୟକୁ ତଦାରଖ କରି ଜିଲ୍ଲାପାଳ ଫେରିଛନ୍ତି।