ମୁଖ୍ୟ ଖବର

ଟ୍ରାଫିକ ବ୍ୟବସ୍ଥା ବ୍ୟବସ୍ଥିତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା

By Biswaranjan Pattnaik

August 30, 2024

ଅନୁଗୁଳ: ତାଳଚେର ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ଅନୁଗୁଳ ଜିଲ୍ଲାପାଳ ଆଜି ଦୁଇ ଗୋଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ମୋଟର ଭେହିକିଲ ଆକ୍ଟ୍ ୧୯୮୮ ଅନୁସାରେ ଅନୁଗୁଳ ଜିଲ୍ଲାପାଳ ଅବ୍ଦାଲ ଏମ୍‌ ଅଖତାର ଏନ୍‌ଏଚ୍‌ ୧୪୯ ର ତାଳଚେର ମ୍ୟୁନିସପାଲିଟି ଅନ୍ତର୍ଗତ ବାଙ୍କଧରା ଛକରୁ ଚାଇଁପାଳ ଓଭର ବ୍ରିଜ ପର୍ଯ୍ୟନ୍ତ ଭାରି ଯାନ ଯାତାୟାତ କରିପାରିବ।ତେବେ ଆଜି‌ ଠାରୁ ଏକମାସ ପାଇଁ ବଳବତ୍ତର ଥିବା ଏଇ ନିର୍ଦ୍ଦେଶନାମା ଅନୁସାରେ ରାସ୍ତା କଡ଼ରେ ଟ୍ରକ୍‌ ଗୁଡ଼ିକ ପାର୍କିଂ କରି ପାରିବେ ନାହିଁ। ଟ୍ରକ୍ ଗୁଡ଼ିକ ଚଳାଚଳ ବେଳେ ସର୍ବାଧିକ ୨୦ କିମି ବେଗରେ ଯାଇ ପାରିବେ।

ସେହିଭଳି ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ପାଇଁ ଆସନ୍ତା ସେପ୍ଟେମ୍ବର ୭ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଦିନ ୩ ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ବଲ୍ହର୍ ଛକ ଠାରୁ ତାଳବେଡ଼ା ଲେଭେଲ କ୍ରସିଂ ପର୍ଯ୍ୟନ୍ତ(ଭାୟା ତାଳଚେର କଲେଜ୍) ଏବଂ ପବିତ୍ର ମୋହନ ଛକ ଠାରୁ ଡେରା ଛକ ପର୍ଯ୍ୟନ୍ତ ରାସ୍ତାକୁ ନୋ ଏଣ୍ଟ୍ରି ଭାବେ ଘୋଷଣା କରାଯାଇଛି। ଏହି ରାସ୍ତାରେ ଲୋଡେଡ ଅବା ଖାଲି ଭାରି ଯାନ ଚଳାଚଳ କୁ ବାରଣ କରାଯାଇଛି।

ସେହିଭଳି ଭସାଣି ପାଇଁ ସେପ୍ଟେମ୍ବର ୧୮ ତାରିଖ ଦିନ ସକାଳ ୮ ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତା ରେ ଭାରିଯାନ ଚଳାଚଳକୁ ନିଷେଧ କରାଯାଇଛି।