ମୁଖ୍ୟ ଖବର

ଅନୁଗୁଳରେ ଗଠିତ ହେଲା ଜିଲ୍ଲା ଫଟୋଗ୍ରାଫର କ୍ଲବ୍

By Angul TV Bureau

September 11, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଯୁବ ଫଟୋଗ୍ରାଫରଙ୍କୁ ନେଇ ଗଠିତ ହେଲା ‘ଅନୁଗୁଳ ଜିଲ୍ଲା ଫଟୋଗ୍ରାଫର କ୍ଲବ୍’। ବୁଧବାର ଅନୁଷ୍ଠିତ ଏକ ସାଧାରଣ ବୈଠକରେ ୨୦୦ରୁ ଅଧିକ ଫଟୋଗ୍ରାଫର ଯୋଗ ଦେଇ କ୍ଲବ୍‌ର କାର୍ଯ୍ୟପନ୍ଥା ଓ ଆଗାମୀ ଯୋଜନା ନେଇ ଆଲୋଚନା କରିଥିଲେ।

ବୈଠକରେ ସର୍ବସମ୍ମତିକ୍ରମେ ମନୋଜ ପାଳଙ୍କୁ ସଭାପତି, ରୂପ ରୁପେଶ ବେହେରାଙ୍କୁ ସମ୍ପାଦକ ଏବଂ ବିଶ୍ୱଜିତ୍ ସାହୁଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଏହାସହ ଉପସଭାପତି, ଯୁଗ୍ମ ସମ୍ପାଦକ ଓ ଉପଦେଷ୍ଟା ଭାବେ ବିଭିନ୍ନ ସଦସ୍ୟଙ୍କୁ ଚୟନ କରାଯାଇଛି। ବରିଷ୍ଠ ଆଇନଜୀବୀ ଗୋପାଳ ଚନ୍ଦ୍ର ନାଥ ଉପଦେଷ୍ଟା ଭାବେ ଯୋଗ ଦେଇ କ୍ଲବ୍‌ର ଭବିଷ୍ୟତ କାର୍ଯ୍ୟ ନେଇ ମତ ପ୍ରକାଶ କରିଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଡ଼ୋଶୀ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ, ପରଜଙ୍ଗ ଅଞ୍ଚଳରୁ ମଧ୍ୟ ଅନେକ ଫଟୋଗ୍ରାଫର ବୈଠକରେ ଅଂଶଗ୍ରହଣ କରିଥିଲେ। କ୍ଲବ୍‌ର ରେଜିଷ୍ଟ୍ରେସନ ଓ ସାମାଜିକ କାର୍ଯ୍ୟ ସହ ସଦସ୍ୟଙ୍କ କଲ୍ୟାଣ ପାଇଁ କାର୍ଯ୍ୟ ନେଇ ଆଲୋଚନା ହୋଇଥିଲା।