ଅନ୍ୟାନ୍ୟ

ଅନୁଗୁଳରେ ଜିଲ୍ଲାସ୍ତରୀୟ ବିଶ୍ୱ ଅଣ୍ଡା ଦିବସ ପାଳିତ: ଶରୀର ପାଇଁ ଅଣ୍ଡାର ଆବଶ୍ୟକତା ଉପରେ ଗୁରୁତ୍ୱ

By Angul TV Bureau

October 13, 2023

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ବିଶ୍ୱ ଅଣ୍ଡା ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ନିରୋଦ ଦାସ ସଭାପତିତ୍ବ କରି ସୁସ୍ଥ ଭବିଷ୍ୟତ ପାଇଁ ଅଣ୍ଡାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏ ଅବସରରେ ଅନୁଗୁଳ ଟାଉନ ଉଚ୍ଚ ବିଦ୍ୟାଳୟ ଏବଂ ତୁରଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୦୦ ଛାତ୍ରଛାତ୍ରୀଙ୍କୁ ଅଣ୍ଡା, କଦଳୀ ଓ ବିସ୍କୁଟ ବଣ୍ଟାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡ.ନିଗମାନନ୍ଦ ପାଢୀ, ଓରମାସର କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭମୟ ଦାସ, କୃଷି ବିଭାଗର ଏପିଡି ପ୍ରଭାତି ରାମ, ସହକାରୀ ସ୍ୱାସ୍ଥ୍ୟ ଅଧିକାରୀ ରାଟଲ ମହାକୁଡ, ଡିପିସି ଲମ୍ବୋଦର ବକ୍ସି, ଉପ ନିର୍ଦ୍ଦେଶକ ଡ.କେଶବ ଚନ୍ଦ୍ର ପ୍ରଧାନଙ୍କ ସମେତ ଶତାଧିକ ଚାଷୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ, ପ୍ରାଣୀମିତ୍ର ଏବଂ ଜିଲ୍ଲାର ପ୍ରାଣୀ ଚିକିତ୍ସକ ମାନେ ଯୋଗ ଦେଇଥିଲେ।