ଅନୁଗୁଳ: ବାହାଘର ଶୋଭାଯାତ୍ରା,ମେଳା ଯାତ୍ରା,ପୂଜା ଭସାଣୀରେ ଏଣିକି ଡିଜେ ବାଜିବା ମହଙ୍ଗା ପଡ଼ିବ। ଗତ ବାହାଘର ଋତୁରେ ବାରାତ୍ ଶୋଭାଯାତ୍ରାରେ ଡିଜେ ବାଜିବା ଦ୍ଵାରା ସାଧାରଣରେ ଅଭିଯୋଗ ହୋଇଥିଲା। ପରୀକ୍ଷା ଋତୁ ଚାଲିଥିବାରୁ ଅଭିଭାବକ ମାନେ ବେଶ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି କାରଣରୁ ଆଜି ଅନୁଗୁଳ ଉପଜିଲ୍ଲାପାଳଙ୍କ ପକ୍ଷରୁ ଚିଠି ସଂଖ୍ୟା ୧୮୨୮ ତା ୧୪.୩.୨୩ରେ ଡିଜେର ବ୍ୟବହାର ନେଇ କଡା ନିର୍ଦ୍ଦେଶନାମା କରାଯାଇଛି। ଏଣିକି ୬୫ ଡେଶିବୁଲରୁ ଅଧିକ ସ୍ଵରରେ ଲାଉଡ୍ ସ୍ପିକର ବାଜିଲେ ବା ଡିଜେ ବାଜିଲେ ସଂପୃକ୍ତ ବ୍ୟକ୍ତି ବା ଅନୁଷ୍ଠାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।