ମୁଖ୍ୟ ଖବର

ପବିତ୍ର ମୋହନ ଚିକିତ୍ସାଳୟ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ: କେବେ ଖୋଲିବ ଅପେକ୍ଷାରେ ତାଳଚେରବାସୀ

By Angul TV Bureau

June 30, 2024

ତାଳଚେର : ତାଳଚେରସ୍ଥିତ ପବିତ୍ରମୋହନ ସରକାରୀ ଚିକିତ୍ସାଳୟ ଶନିବାର ପରିଦର୍ଶନ କରିଛନ୍ତି ଅନୁଗୁଳ ଜିଲ୍ଳାପାଳ ଅବଦଲ ଏମ. ଅଖତର। ସରକାରଙ୍କ ପକ୍ଷରୁ ଏହାର ଚେୟାରମ୍ୟାନ ଦାୟିତ୍ୱ ଅନୁଗୁଳ ଜିଲ୍ଳାପାଳଙ୍କୁ ଦିଆଯାଇଛି।

ଏହି ଚିକିତ୍ସାଳୟରେ ଆଜି ପର୍ଯ୍ୟନ୍ତ ରୋଗୀଙ୍କ ସଠିକଭାବେ ଚିକିତ୍ସା ହୋଇପାରି ନାହିଁ। ହସ୍ପିଟାଲରେ ଅଲଟ୍ରାସାଉଣ୍ଡ, ଡିଜିଟାଲ ଏକ୍ସରେ, ଆଇ ଡିଜିଟାଲ ସ୍ଲାଇଟଲ୍ୟାମ୍ପ ମେସିନ୍, ଏମଆରଆଇ, ଏଣ୍ଡୋସକପି ମେସିନ୍, ସିଟିସ୍କାନ ମେସିନ୍ ନଥିବା ବେଳେ ଓଟି ସୁବିଧା ଆଜି ପର୍ଯ୍ୟନ୍ତ ହସ୍ତାନ୍ତର ହୋଇପାରି ନାହିଁ। ଏହାକୁ ନେଇ ଜିଲ୍ଲାପାଳ ଚିକିତ୍ସାଳୟ ପରିଦର୍ଶନ କରିବା ସହ ଏ ସମ୍ପର୍କରେ ଉଚ୍ଚ ପଦାଧିକାରୀଙ୍କ ସହିତ ବିଚାରବିମର୍ଶ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ଏମସିଏଲ ପକ୍ଷରୁ ପ୍ରାୟ ୫ଶହ କୋଟି ଟଙ୍କା ବିନିମୟରେ ଏହି ମେଡିକାଲ କଲେଜ ନିର୍ମିତ ହୋଇଛି। କିନ୍ତୁ ଏହା କେବେ ଆରମ୍ଭ କରାଯିବ ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରିନାହିଁ।