ଅନ୍ୟାନ୍ୟ

ନିଯୁକ୍ତି ଦାବିରେ ଡିଏମ୍ଏଫ୍ ଶିକ୍ଷକଙ୍କ ଅନଶନ

By Angul TV Bureau

November 05, 2021

ଅନୁଗୁଳ: ନିଯୁକ୍ତି ଦାବିରେ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ନିଯୁକ୍ତ ପାର୍ଟ ଟାଇମ ଶିକ୍ଷକ ମାନେ ଶୁକ୍ରବାର ସକାଳୁ ଅହୋରାତ୍ର ଅନଶନ ଆରମ୍ଭ କରିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ମାନେ ଧାରଣା ରେ ବସିଛନ୍ତି। ୨୦୧୮ ମସିହାରୁ ଅସ୍ଥାୟୀ ନିଯୁକ୍ତି ପାଇଥିବା ଏହି ଶିକ୍ଷକ ମାନଙ୍କୁ କରୋନା ସମୟରେ ସ୍କୁଲ ବନ୍ଦ ହେତୁ ଶିକ୍ଷାଦାନ ପାଇଁ ବାରଣ କରାଯାଇଥିଲା। କିନ୍ତୁ ଏବେ ଶିକ୍ଷକ ନିଯୁକ୍ତି ପାଇଁ ନୂଆ ଵିଜ୍ଞାପନ ବାହାରିଥିବା ବେଳେ ଡିଏମ୍ଏଫ୍ ଶିକ୍ଷକମାନଙ୍କୁ ନୂଆ କରି ଦରଖାସ୍ତ ଦେବାକୁ କୁହାଯାଇଛି,ଯାହାକୁ ଶିକ୍ଷକ ସଂଘ ବିରୋଧ କରୁଛି। ଏଠାରେ ସୂଚନା ଯୋଗ୍ୟ ଯେ, ଜିଲ୍ଲାରେ ୧୩୩ ଜଣ ଶିକ୍ଷକ ଡିଏମ୍ଏଫ୍ ଫଣ୍ଡ ରୁ ନିଯୁକ୍ତି ପାଇଛନ୍ତି।