ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜକୁ ପ୍ରଥମ ଥର ପାଇଁ ଅଙ୍ଗ ଦାନପାଇଁ ଜଣେ ଦମ୍ପତ୍ତି ପଞ୍ଜୀକରଣ କରିଛନ୍ତି। ଅନୁଗୁଳ ସହର ନିକଟ ଖଲାରି ଗାଁର ଅବସରପ୍ରାପ୍ତ ରେଡିଓଲଜିଷ୍ଟ ଡ଼ା ଗୋପାଳ ଚନ୍ଦ୍ର ତ୍ରିପାଠୀ ଏବଂ ତାଙ୍କ ପତ୍ନୀ ପ୍ରକୃତି ତ୍ରିପାଠୀ କଲେଜ୍ ଯାଇ ମୃତ୍ୟୁ ପରେ ଅଙ୍ଗ ଦାନ ପାଇଁ ପଞ୍ଜୀକରଣ କରିଥିଲେ। କଲେଜ ଛାତ୍ରଛାତ୍ରୀଙ୍କ ବାସ୍ତବ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ବିଶେଷ ସହାୟକ ହେବ ବୋଲି ଡ଼ା ତ୍ରିପାଠୀ ପ୍ରକାଶ କରିଛନ୍ତି।
ପଞ୍ଜୀକରଣ ବେଳେ କଲେଜ ଅଧ୍ୟକ୍ଷ ପ୍ରଫେସର କୀର୍ତିରେଖା ମହାପାତ୍ର, ଆନାଟୋମି ବିଭାଗ ପ୍ରଫେସର ଡ଼ା ସତ୍ୟଶ୍ରୀ ରାୟ ଏବଂ ସହକାରୀ ପ୍ରାଧ୍ୟାପକ ଡ଼ା ମନୋଜ କୁମାର ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଡାକ୍ତର ଦମ୍ପତ୍ତିଙ୍କ ଏହି ମହନୀୟ କାର୍ଯ୍ୟ ପାଇଁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି।