ମୁଖ୍ୟ ଖବର

ଅନୁଗୋଳରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

By Biswaranjan Pattnaik

July 01, 2026

ଅନୁଗୋଳ: ଦୀର୍ଘଦିନ ହେବ ଡାକ୍ତରଙ୍କ ଦାବି ଉପରେ ସରକାର ଧ୍ୟାନ ଦେଉନାହାନ୍ତି। ତେଣୁ ବାରମ୍ବାର ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଉଛନ୍ତି। ଡିଏସିପିକୁ ଲାଗୁ କରିବା, କେନ୍ଦ୍ରୀୟ ହାରରେ ଦରମା, କ୍ୟାଡ଼ର ପୁନର୍ଗଠନରେ ସଂଶୋଧନ,ନିୟମିତ ବ୍ୟବଧାନରେ ପଦୋନ୍ନତି, କାର୍ଯ୍ୟକ୍ଷେତ୍ରରେ ଡାକ୍ତରଙ୍କୁ ସୁରକ୍ଷା ଆଦି ବିଭିନ୍ନ ଦାବି ନେଇ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏ ଅବସରରେ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତରମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକାଠି ହୋଇ ପ୍ରତିବାଦ ସଭା କରିବା ସହ ସିଡିଏମଓଙ୍କୁ ଅବଗତ କରିଥିଲେ। ଓମ୍ସା ନେତା ଡ଼ା ବିଶ୍ୱଜିତ୍ ସାମଲ କହିଛନ୍ତି କି ସରକାର ଆଲୋଚନାକୁ ନ ଡାକିଲେ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଚାଲିବ।

ଆଜିର ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡ଼ା ସୁକାନ୍ତ ପଣ୍ଡା,ଡ଼ା ସୌମ୍ୟକାନ୍ତ ବିଶୋଇ,ଡ଼ା ପରମେଶ୍ୱର ଜେନା ଓ ଅନ୍ୟ ବହୁ ଡାକ୍ତର ଅଂଶ ଗ୍ରହଣ କରିଥିଲେ ।