ମୁଖ୍ୟ ଖବର

୧୮ ଦଫା ଦାବିରେ ଅନୁଗୁଳ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

By Biswaranjan Pattnaik

December 26, 2025

ଅନୁଗୁଳ: ୧୮ ଦଫା ଦାବି ପୂରଣ ନେଇ ଅନୁଗୁଳର ଡାକ୍ତର ମାନେ ଆଜି ଠାରୁ ଅନିର୍ଦିଷ୍ଟ କାଳ ପାଇଁ ଦିନକୁ ଘଣ୍ଟାଏ ଲେଖାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି।ଅନୁଗୁଳ ଓମସା ସଭାପତି ଡ଼ା ବିଶ୍ୱଜିତ ସାମଲଙ୍କ ନେତୃତ୍ୱରେ ସମସ୍ତ ଡାକ୍ତର ମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେଣ୍ଟ୍ରାଲ ଡିଏସିପି,କେବିକେ ବଦଳି ପଲିସି,ସ୍ଵଚ୍ଛ ବଦଳି ନୀତି,କ୍ୟାଡ଼ର ପୁନର୍ଗଠନ,ନିୟମିତ ଡିପିଶି ବସିବା ଆଦି ଦାବି ନେଇ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।ସରକାର ଦାବି ନଶୁ ଣିଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଡାକ୍ତରମାନେ କହିଛନ୍ତି।

ଆଜି ମେଡିକାଲ କଲେଜ ଡାକ୍ତରଙ୍କୁ ଛାଡି ଅନ୍ୟମାନେ ଦିନ ୧୦ ଟାରୁ ୧୧ ଟା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ଏଥିରେ ଡ଼ା ବିଶ୍ୱଜିତ ସାମଲଙ୍କ ସମେତ, ଡ଼ା ସ୍ୱେତା ସର,ଡ଼ା ପ୍ରିୟଙ୍କା ପ୍ରିୟଦର୍ଶିନୀ, ଡ଼ା କାଜୋଲ ମହାପାତ୍ର, ଡ଼ା ନନ୍ଦ କିଶୋର ସାହୁ, ଡ଼ା ପ୍ରଦୀପ ଧର,ଡ଼ା ବିଭୁଦତ୍ତ ପାତ୍ର, ଡ଼ା ସୁଶାନ୍ତ ଗଡ଼ନାୟକ, ସଂଘ କୋଷାଧ୍ୟକ୍ଷ ରତି ରଞ୍ଜନ ସ୍ବାଇଁ,ଡ଼ା ଘନଶ୍ୟାମ ବେହେରା, ଡ଼ା ଶଶିକାନ୍ତ ବେହେରା,ଡ଼ା ବାସୁଦେବ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।