ଘଟଣା ଓ ଦୁର୍ଘଟଣା

ଦୋକାନ ଭିତରେ ପଶିଗଲା କାର

By Biswaranjan Pattnaik

March 13, 2024

ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ସାଢେ଼ ଚାରିଟା ସମୟରେ ଅନୁଗୁଳ କଲେଜ୍ ଛକ ନିକଟରେ ଥିବା ନିଲକମଲ ହୋଟେଲ ଭିତରକୁ ଭୁବନେଶ୍ବର ପଟୁ ଫେରୁଥିବା ଏକ କାର ନିୟନ୍ତ୍ରଣ ହରାଇ ପଶି ଯାଇଥିଲା। ଫଳରେ ହୋଟେଲର ଫାଷ୍ଟ ଫୁଡ୍ କାଉଣ୍ଟର ଭାଙ୍ଗିଯିବା ସହ ଜଣେ ମିସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି ତାଙ୍କୁ ଡାକ୍ତରଖାନା ପଠାଯାଇଛି। କାର ଚାଳକଙ୍କ ଆଖି ଲାଗି ଯିବାରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି କୁହା ଯାଉଛି। ପୋଲିସ ଖବର ପାଇ ଦୁର୍ଘଟଣାର ତଦନ୍ତ କରୁଛି ।