ଘଟଣା ଓ ଦୁର୍ଘଟଣା

ଦୋକାନ ଘର ଉପରେ ଚଢିଗଲା ଟ୍ରକ

By Sanjeeb Biswal

December 05, 2021

ଅନୁଗୁଳ: ଛେଣ୍ତିପଦା ଥାନା ଛକରେ ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ୨ଟି ଦୋକାନ ଘର ଉପରେ ଚଢିଯାଇଛି।ଫଳରେ ଦୋକାନ ଦୁଇଟି ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଟ୍ରକର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପ୍ରକାଶ ଯେ, ଶନିବାର ବିଳମ୍ବିତ ରାତିରେ ଏକ ୧୦ ଚକିଆ ଟ୍ରକ ଦେବଗଡରୁ ଅନୁଗୁଳ ଅଭିମୁଖେ ଆସୁଥିବା ବେଳେ ରାତି ପ୍ରୟ ଗୋଟେ ସମୟରେ ଥାନା ଛକ ୪ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଦି ଦୋକାନ ଏବଂ ରବି ସାହୁଙ୍କର ଇଲେଟ୍ରୋନିକ୍ସ ଦୋକାନକୁ ଧକ୍କା ଦେଇ ଦୋକାନ ଭିତରେ ପଶି ଯାଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଟ୍ରକଟିକୁ ଜବତ କରିବା ସହ ଘଟଣାର ଛାନଭିନ ଚଳାଇଛି।