ଅନୁଗୁଳ: ସ୍ଥାନୀୟ ମଦନମୋହନ ମନ୍ଦିରରେ ଦୋଳପର୍ବ ନୀତି କାନ୍ତି ସହ ପାଳିତ ହୋଇଯାଇଛି। ସକାଳୁ ମନ୍ଦିରରେ ନୀତି କାନ୍ତି ସହ ପୂଜାର୍ଚ୍ଚନା ଭୋଗ ଆଦି ଲାଗି ହେବାପରେ ଅପରାହ୍ନରେ ଶ୍ରୀ ରାଧା ଓ ମଦନମୋହନଙ୍କୁ ସୁସଜ୍ଜିତ ପାଲିଙ୍କିରେ ଦୋଳ ମଣ୍ଡପକୁ ନିଆ ଯାଇଥିଲା। ସେଠାରେ ଶ୍ରଦ୍ଧାଳୁ ମାନେ ଦିଅଁଙ୍କୁ ଦୋଳିରେ ଝୁଲାଇ ଥିଲେ।
ଅନୁଗୁଳ ସହର ଛଡା ରାଣିଗୋଡା, ଜରାସିଂହା,ଖଲାରି, ତଳମୂଳ ଅଞ୍ଚଳରେ ମଧ୍ୟ ଦୋଳ ପୂର୍ଣ୍ଣିମା ପାରମ୍ପରିକ ଢଙ୍ଗରେ ପାଳନ କରାଯାଉଛି ।