ଘଟଣା ଓ ଦୁର୍ଘଟଣା

ଠାକୁରଙ୍କୁ ବି ଛାଡ଼ିଲେନି: ପୁରୁଣାଗଡ଼ ବରାଳ ବାଲୁଙ୍କେଶ୍ୱର ଶିବ ମନ୍ଦିରର ଦାନ ବାକ୍ସ ଚୋରି

By Sanjeeb Biswal

September 25, 2022

ଛେଣ୍ଡିପଦା/ ଅନୁଗୁଳ: ସ୍ଥାନୀୟ ଛେଣ୍ତିପଦା ଥାନା ପୁରୁଣାଗଡ଼ ବରାଳ ବାଲୁଙ୍କେଶ୍ୱର ଶିବ ମନ୍ଦିରରୁ ଶନିବାର ରାତିରେ ଦାନବାକ୍ସ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, ସବୁଦିନ ଭଳି ଶନିବାର ସନ୍ଧ୍ୟାରେ ମନ୍ଦିର ପୂଜକ ସୁରେଶ ମହାପାତ୍ର ସନ୍ଧ୍ୟା ଆଳତି ପରେ ଠାକୁରଙ୍କ ନୀତି କାନ୍ତି ସାରି ପହଡ଼ ପକାଇ ମନ୍ଦିର ବନ୍ଦ କରି ଘରକୁ ଯାଇଥିଲେ। ରବିବାର ଭୋର ୪ଟାରେ ସେ ମନ୍ଦିର ଖୋଲିବା ବେଳକୁ ଦାନବାକ୍ସ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେ ମନ୍ଦିର କମିଟି ସଭାପତିଙ୍କୁ ଜଣାଇଥିଲେ। ମନ୍ଦିର କମିଟି ସଭାପତି ଏ ନେଇ ମନ୍ଦିର ପରିଚାଳନା କମିଟି ଡାକି ଏକ ସଭା କରିବା ସହ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଖୋଜାଖୋଜି କରିବା ବେଳେ ମନ୍ଦିର ପଛ ପାଖରେ ଥିବା ଆମ୍ବ ବଗିଚାରେ ଦାନ ବାକ୍ସ ଭଙ୍ଗା ହୋଇପଡ଼ିଥିବା ଦେଖିଥିଲେ। ବାଗଡିଆ ଫାଣ୍ଡି ପୋଲିସ ଘଟଣାର ତଦନ୍ତ ଚଳାଇଛି।