ଅନୁଗୁଳ: ବିଶ୍ୱ ଫିଜିଓଥେରାପି ଦିବସ ଅବସରରେ ଆଜି ଅନୁଗୁଳ ଟ୍ରକ ମାଲିକ ସଂଘ ପକ୍ଷରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଫିଜିଓଥେରାପି ବିଭାଗକୁ ଯନ୍ତ୍ରଣା ଉପଶମ କରୁଥିବା ଏକ ଆଇଏଫଟି ମେସିନ ପ୍ରଦାନ କରାଯାଇଛି।
ଏହି ସମାରୋହରେ ସିଡିଏମଓ ଡା ତ୍ରିଲୋଚନ ପ୍ରଧାନଙ୍କ ସମେତ ଟ୍ରକ ମାଲିକ ସଂଘର ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ, ଅମ୍ବରିଶ ସ୍ୱାଇଁ, ସନ୍ତୋଷ ଦାସ, ରଜତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।