ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ବଏଜା ଗ୍ରାମର ଜିଙ୍କି ବେହେରାଙ୍କୁ ତାଙ୍କ ସ୍ବାମୀ ଆତ୍ର ବେହେରା ନିର୍ଯାତନା ଦେବା ସହ ପଥରରେ ଆକ୍ରମଣ କରିଥିବା ନେଇ ଜିଙ୍କି କିଶୋରନଗର ଥାନାରେ ଶୁକ୍ରବାର ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ୧୪୬/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ପୁଲିସ କହିଛି ଯେ ଜିଙ୍କି ୫ ଦିନ ପାଇଁ ତାଙ୍କ ଘରକୁ ବୁଲିବାକୁ ଯାଇ ଫେରିଥିଲେ। ବାପଘରୁ ଆସିବା ପରେ ତାଙ୍କ ସ୍ବାମୀ ତାଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ସେ କିଛି ଟଙ୍କା ଆଣି ନାହାନ୍ତି ବୋଲି କହିଥିଲେ। ଏଥିରେ ସେ ଉତକ୍ଷିପ୍ତ ହୋଇ ତାଙ୍କୁ ମାଡ଼ ମାରିବା ସହ ଏକ ପଥରରେ ଆକ୍ରମଣ କରିଥିଲେ। ଜିଙ୍କି କିଶୋରନଗର ମେଡିକାଲରେ ଚିକିତ୍ସିତ ହେବା ପରେ କିଶୋରନଗର ଥାନାରେ ସ୍ଵାମୀଙ୍କ ନାଁରେ ଅଭିଯୋଗ କରିଛନ୍ତି। ରିପୋର୍ଟ ଲେଖା ଯିବା ପରେ ପୁଲିସ ତଦନ୍ତ କରୁଛି।