ଅନ୍ୟାନ୍ୟ

ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପାଳିତ

By Angul TV Bureau

April 15, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିର୍ବାଚନମଣ୍ଡଳୀ ସ୍ତରୀୟ ଭାରତରତ୍ନ ବାବା ସାହେବ ବିଆର ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ଶଙ୍ଖମୁର ପଞ୍ଚାୟତ ଖଣ୍ଡବେଡ଼ା ଅନୁସୂଚିତ ଜାତି ସାହିରେ ଅନୁଷ୍ଠିତ ହୋଇଛି। ମଣ୍ଡଳ ସଭାପତି କାର୍ତ୍ତିକ ହୃଦୟ ଚନ୍ଦନ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ, ଆମ୍ବେଦକର ଭାରତ ସମ୍ବିଧାନର ପ୍ରଣେତା, କିନ୍ତୁ କଂଗ୍ରେସ ସମ୍ବିଧାନକୁ ୧୦୬ରୁ ଅଧିକ ଥର ସଂଶୋଧନ କରିଛି। କଂଗ୍ରେସ ଆମ୍ବେଦକରଙ୍କୁ କେତେ ଭଲ ପାଏ ଏଥିରୁ ଜଣାପଡ଼ୁଛି ବୋଲି ସେ କହିଥିଲେ।କାର୍ଯ୍ୟକ୍ରମରେ ଗୌର ଚନ୍ଦ୍ର ପ୍ରଧାନ, ବିଜୟ ନାଏକ, ବିଶ୍ଵନାଥ ବେହେରା, ଶ୍ରୀପତି ସିଙ୍କୁ, ଦ୍ବିତୀକୃଷ୍ଣ ନାୟକ, ଚନ୍ଦନ ସ୍ଵରାଜ ପ୍ରମୁଖ ମଞ୍ଚାସୀନ ଥିଲେ।