ଅନୁଗୁଳ: ଓଡ଼ିଶା ସ୍କିଲ ଡେଭେଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ଡ. ସୁବ୍ରତ ବାଗଚି ଶୁକ୍ରବାର ବାଲିପଟ୍ଟାରେ ଏକ ସଭାରେ ଯୋଗ ଦେବାକୁ ଆସି ଅନୁଗୁଳରେ ସେ ଅଟକି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ଥିଲେ।ଜିଲ୍ଲାପାଳ ତାଙ୍କୁ ବ୍ଲାକ ଡ଼ାଇମଣ୍ଡରେ ହେବାକୁ ଥିବା ଆନ୍ତର୍ଜାତୀୟ ମାନର ଲାଇବ୍ରେରୀ ବୁଲାଇ ଦେଖାଇ ଥିଲେ। ଡ. ବାଗଚି ଏହା ଦେଖି ଆନନ୍ଦ ପ୍ରକାଶ କରିବା ସହ ଲାଇବ୍ରେରୀକୁ ଦୁଇଟି ପୁସ୍ତକ ଦାନ କରିଥିଲେ।