ମୁଖ୍ୟ ଖବର

ଶିକ୍ଷାବିତ୍ ସ୍ବର୍ଗତ ବାଳକୃଷ୍ଣ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ, ସ୍ମୃତି ସଭା ଆୟୋଜିତ

By Angul TV Bureau

May 12, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଜରପଡ଼ା ପତିତପାବନ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା, ବିଶିଷ୍ଟ ସାମାଜିକ କର୍ମୀ, ଶିକ୍ଷାବିତ୍ ତଥା ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ବାଳକୃଷ୍ଣ ପଟ୍ଟନାୟକଙ୍କ ୩୧ ତମ ଶ୍ରାଦ୍ଧ ବାର୍ଷିକୀ ରବିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ସ୍ବର୍ଗତ ବାଳକୃଷ୍ଣ ପଟ୍ଟନାୟକ ସ୍ମୃତି କମିଟି, ପୁରାତନ ଛାତ୍ର ସଂସଦ ତଥା ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ଶ୍ରାଦ୍ଧ ବାର୍ଷିକୀ ଅବସରରେ ଯଥାବିଧି ହୋମଯଜ୍ଞ, ପୂଜାନୀତି, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସାଙ୍ଗକୁ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଢେଙ୍କାନାଳ ଲୋକସଭା ସଦସ୍ୟ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଳକୃଷ୍ଣ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ବିଦେଶୀ ବେହେରା, କହ୍ନେଇ ସାହୁ, ଡମ୍ବରୁ ଧର ବେହେରା, ଜୀବନ ସାହୁ , ଯୁବ ନେତା ଲିଟ ସାହୁ, ଲମ୍ବୋଦର ସାହୁ, ଭୋଲେଶ୍ୱର ଗୋଚ୍ଛାୟତ ପ୍ରମୁଖ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ପରେ ବାଳକୃଷ୍ଣ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ‘ଆମ ଦେଶ ‘ ପୁସ୍ତକ ଉନ୍ମୋଚନ କରାଯାଇଥିଲା।ପ୍ରଧାନ ଶିକ୍ଷକ ଅଶୋକ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବିଦ୍ୟାଳୟରେ ଆୟୋଜିତ ସ୍ମୃତି ଚାରଣ ସଭାରେ କମିଟି ସଭାପତି ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ପ୍ରହଲ୍ଲାଦ ପ୍ରଧାନ, କମିଟି ସମ୍ପାଦକ ରସାନନ୍ଦ ସାହୁ, ଗ୍ରାମ୍ୟ କମିଟି ସଭାପତି ନାରାୟଣ ସାହୁ, ବାଳକୃଷ୍ଣ ପଟ୍ଟନାୟକଙ୍କ ପୁତୁରା ବିନୋଦ ବିହାରୀ ପଟ୍ଟନାୟକ, ବାଳକୃଷ୍ଣ ପଟ୍ଟନାୟକ ଟ୍ରଷ୍ଟ ସଭାପତି ଅକ୍ଷୟ କୁମାର ପଟ୍ଟନାୟକ, ସ୍କୁଲ ପରିଚାଳନା କମିଟି ସଭାପତି ବିନୋଦ ବିହାରୀ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିସହ ଅବସରପ୍ରାପ୍ତ ଶିକ୍ଷକ ଅଭିରାମ ସାହୁ, ଲିଙ୍ଗରାଜ ପ୍ରଧାନ, ଭୀମସେନ ସାହୁ, ପବିତ୍ର ସାହୁ, ଜନାର୍ଦ୍ଦନ ପ୍ରଧାନ, ତ୍ରିନାଥ ରାଉତ, ସହକାରୀ ଶିକ୍ଷକ ରବୀନ୍ଦ୍ର ଜେନା, ଶିକ୍ଷୟିତ୍ରୀ ତପସ୍ୱିନୀ ଷଡ଼ଙ୍ଗୀ, ଦୟାନିଧି ସାହୁ, ଶିକ୍ଷକ ସୁଜିତ୍ କୁମାର ଜଗଦଲା ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ଜରପଡା ପତିତ ପାବନ ମହାବିଦ୍ୟାଳୟ ଏବଂ ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟ ଠାରେ ମଧ୍ୟ ବାଳକୃଷ୍ଣ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।