ପ୍ରତିଭା ଓ ବ୍ୟକ୍ତିତ୍ୱ

ଡା ଭବାନୀ ଶଙ୍କର ବଳଙ୍କ ପରଲୋକ

By Angul TV Bureau

September 15, 2021

ଅନୁଗୁଳ: ବରିଷ୍ଠ ଚିକିତ୍ସକ (ଶଲ୍ୟ ବିଶେଷଜ୍ଞ) ଡା. ଭବାନୀ ଶଙ୍କର ବଳଙ୍କର ସୋମବାର ରାତିରେ ଭୁବନେଶ୍ବରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୫୮ ବର୍ଷ ହୋଇଥିଲା। ଭୁବନେଶ୍ଵର କ୍ୟାପିଟାଲ୍ ହସ୍ପିଟାଲରେ ସେ ବରିଷ୍ଠ ଶଲ୍ୟ ବିଶେଷଜ୍ଞ ଭାବରେ ଅବସ୍ଥାପିତ ଥିଲେ । କୋଭିଡ଼ ସଂକ୍ରମିତ ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। କୋଭିଡ଼ ପରବର୍ତୀ ଜଟିଳତା କାରଣରୁ ରାତି ପ୍ରାୟ ୯ଟା ବେଳେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ଜଣାପଡ଼ିଛି । ପୁରୀ ସ୍ଵର୍ଗଦ୍ଵାରଠାରେ ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଅନ୍ତିମଶଯ୍ୟା ନିକଟରେ ତାଙ୍କର ପତ୍ନୀ, ଏକମାତ୍ର ପୁଅ ସମେତ ପରିବାର ଓ ଆତ୍ମୀୟ ଲୋକମାନେ ଉପସ୍ଥିତ ଥିଲେ । ସ୍ୱର୍ଗତ ଡା. ବଳ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ବରିଷ୍ଠ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଗୌରୀଶଙ୍କର ବଳଙ୍କ କନିଷ୍ଠ ଭ୍ରାତା।

ଏହାଛଡ଼ା ଅନୁଗୁଳ ବିଧାୟକ ତଥା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କର ସେ ସମ୍ପର୍କୀୟ (ପିଉସୀ ପୁଅ) ଭାଇ ଅଟନ୍ତି। ତାଙ୍କର ପୈତୃକ ଗ୍ରାମ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଇଲାକା ତେନ୍ତୁଳିସିଂହା ଗ୍ରାମରେ । ହେଲେ ତାଙ୍କର ଶୈଶବ ବଅଁରପାଳ ଗୋତମରାଠାରେ ହିଁ କଟିଥିଲା। ବଅଁରପାଳ ହାଇସ୍କୁଲ ଓ ଅନୁଗୁଲ କଲେଜରେ ସେ ଶିକ୍ଷା ଗ୍ରହଣ କରିଥିଲେ। ତାଙ୍କ ଅକାଳ ବିୟୋଗରେ ଗୌତମରା ସମେତ ଅନୁଗୁଳରେ ଶୋକ ଖେଳିଯାଇଛି । ପୂର୍ବତନ ଟାମଡ଼ା ଅଧ୍ୟକ୍ଷ ଶକ୍ତିପ୍ରସାଦ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ଡାକ୍ତର ମହଲ ଗଭୀର ଶୋକ ପ୍ରକାଶ କରିଛନ୍ତି ।