ଅନୁଗୁଳ: ଡ଼ା ମାନସ ରଞ୍ଜନ ବିଶ୍ଵାଳଙ୍କ ସ୍ଥାନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିକାଲ ସୁପରିନଟେଣ୍ଡେଣ୍ଟ ଭାବେ ଡ଼ା ଦିଲୀପ କୁମାର ପଟ୍ଟନାୟକ ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଅନୁଗୁଳ ପରିବାର କଲ୍ୟାଣ ଅଧିକାରୀ ଥିଲେ ଏବଂ ପରେ କ୍ୟାପିଟାଲ ହସ୍ପିଟାଲକୁ ବଦଳି ହୋଇ ଯାଇଥିଲେ। ଅନୁଗୁଳ ସିଡିଏମ ଓ ଡ଼ା ମଦନ ମୋହନ ପ୍ରଧାନ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଏହାପରେ ମେଡିକାଲର ବିଭିନ୍ନ ବିଭାଗର କର୍ମଚାରୀ ମାନେ ଡ଼ା ପଟ୍ଟନାୟକଙ୍କୁ ସ୍ଵାଗତ କରିଥିଲେ। ନିଜ କର୍ତ୍ତବ୍ୟକୁ ସୁଚାରୁ ରୂପେ ପାଳନ କରିବେ ବୋଲି ଡ଼ା ପଟ୍ଟନାୟକ ଏକ ବାର୍ତ୍ତାରେ ପ୍ରକାଶ କରିଛନ୍ତି ।