ମୁଖ୍ୟ ଖବର

ପରଲୋକରେ ଡାକ୍ତର ଗୋକୁଳାନନ୍ଦ ବେହେରା

By Biswaranjan Pattnaik

March 20, 2023

ଅନୁଗୁଳ: ଅନୁଗୁଳର ବିଶିଷ୍ଟ ମେଡିସିନ ସ୍ପେଶାଲିଷ୍ଟ ଡ଼ା ଗୋକୁଳାନନ୍ଦ ବେହେରାଙ୍କ ଅନୁଗୁଳ ଡାକ୍ତରଖାନା ପରଲୋକ ଘଟିଛି। ଆଜି ସନ୍ଧ୍ୟା ସାଢେ଼ ଆଠଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୬୯ ବର୍ଷ ହୋଇଥିଲା। ସେ କିଛି ଦିନ ଧରି ଫୁସଫୁସ କର୍କଟ ରୋଗରେ ପୀଡ଼ିତ ଥିଲେ।ସେ ପ୍ରଗତି ନଗରରେ ରହୁଥିଲେ କିନ୍ତୁ ନିଜ ଗାଁ ଢେ଼ଙ୍କାନାଳ ଜିଲ୍ଲାରେ। ଜଣେ ଅମାୟିକ ସମୟାନୁବର୍ତି ନିର୍ଲୋଭି ଚିକିତ୍ସକ ଭାବେ ତାଙ୍କର ଖ୍ୟାତି ଥିଲା। ପଇସା ଦେଉ ଅବା ନ ଦେଉ ତାଙ୍କ ପାଖକୁ ଆସୁଥିବା ସମସ୍ତଙ୍କୁ ସେ ପରାମର୍ଶ ଦେଉଥିଲେ। ଖମାର,ତାଳଚେର ଗୋପାଳପ୍ରସାଦ ଅଞ୍ଚଳରେ ସେ ପୂର୍ବରୁ କାମ କରିଥିଲେ। ତାଙ୍କ ପରଲୋକରେ ଅନୁଗୁଳରେ ଶୋକର ଛାୟା ଖେଳିଯାଇଛି।