ମୁଖ୍ୟ ଖବର

ଦମନ ଚଳଚ୍ଚିତ୍ରର ସମସ୍ତଙ୍କୁ ଶୁଭେଚ୍ଛା: ଡ଼ା ମଦନ ମୋହନ ପ୍ରଧାନ

By Biswaranjan Pattnaik

August 16, 2024

ଅନୁଗୁଳ: ୨୦୨୨ ମସିହାରେ ରିଲିଜ୍ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ଦମନ ଆଜି ଜାତୀୟ ଚଳଚିତ୍ର ପୁରସ୍କାର ବିଜେତା ହୋଇଥିବା ଖବର ମିଳିବା ପରେ ଖୁସି ପ୍ରକଟ କରିଛନ୍ତି ଦମନ କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ବିନ୍ଧାଣି ଡ଼ା ମଦନ ମୋହନ ପ୍ରଧାନ। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡ଼ା ପ୍ରଧାନ ଏଟିଭି ମାଧ୍ୟମରେ ଚଳଚ୍ଚିତ୍ରର ସମସ୍ତ ଅଭିନେତା ଅଭିନେତ୍ରୀଙ୍କ ସମେତ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ସାଧୁବାଦ ଜଣାଇଛନ୍ତି।

ଡ଼ା ପ୍ରଧାନ ମଧ୍ୟ କହିଛନ୍ତି ଗୋଟିଏ ଜନ ସ୍ବାସ୍ଥ୍ୟ ଯୋଜନାକୁ ନେଇ ଚଳଚ୍ଚିତ୍ର ହେବା ଏବଂ ତାହା ଜାତୀୟ ପୁରସ୍କାର ପାଇବା ଦେଶରେ ପ୍ରଥମ ଅନନ୍ୟ ଘଟଣା। ଏଠାରେ ସୂଚନା ଯୋଗ୍ୟ ଯେ, ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କାଙ୍କ ଦ୍ଵାରା ନିର୍ଦ୍ଦେଶିତ ଏବଂ ଦିପେନ୍ଦ୍ର ସାମଲଙ୍କ ଦ୍ଵାରା ପ୍ରଯୋଜିତ ଦମନ ଚଳଚ୍ଚିତ୍ର ରିଲିଜ୍ ହେବା ପରଠାରୁ ହିଁ ଚର୍ଚ୍ଚାରେ ଥିଲା। ଡ଼ା ପ୍ରଧାନ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମର ପ୍ରୋଜେକ୍ଟ ଏବଂ ରିସୋର୍ଶ ମୁଖ୍ୟ ଭାବେ କାର୍ଯ୍ୟ କରି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଠାରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି। ଡ଼ା ପ୍ରଧାନଙ୍କ ଘର ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ।