ଅନୁଗୁଳ: ଡ଼ା ଗୌରୀ ଶଙ୍କର ବଳଙ୍କ ସ୍ଥାନରେ ଆଜି ପୂର୍ବାହ୍ନରେ ଡ଼ା ମଦନ ମୋହନ ପ୍ରଧାନ ଅନୁଗୁଳର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଯୋଗଦାନ କରିଛନ୍ତି। ଏ ଅବସରରେ କାର୍ଯ୍ୟାଳୟ ପକ୍ଷରୁ ସେକ୍ସନ ଅଫିସର ନଳିନୀ ରଞ୍ଜନ ପ୍ରଧାନଙ୍କ ସମେତ ଓମସାର ପୂର୍ବତନ ସାଧାରଣ ସମ୍ପାଦକ ଡ଼ା ବିଶ୍ୱଜିତ୍ ସାମଲ, ଏଡ଼ିଏମଓ ମେଡିକାଲ ଡ଼ା ମାନସ ରଞ୍ଜନ ବିଶ୍ଵାଳ ,ଡ଼ା ପୂର୍ଣ୍ଣିମା ଉଦଗାତା ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।
ଏହାପରେ ମେଡିକାଲ ନର୍ସିଂ ଷ୍ଟାଫ୍, ଏନ୍ଏଚଏମ କର୍ମଚାରୀ ଏବଂ ଅନ୍ୟ ୱୀଙ୍ଗ ଅଧିକାରୀ ମାନେ ଡ଼ା ପ୍ରଧାନଙ୍କୁ ସୌଜନ୍ୟମୂଳକ ଭାବେ ଭେଟିଥିଲେ।ସମସ୍ତ କର୍ମଚାରୀ ଏବଂ ଡାକ୍ତର ମାନଙ୍କୁ ଡ଼ା ପ୍ରଧାନ ରୋଗୀ ସେବାରେ ଆନ୍ତରିକତା ପ୍ରଦର୍ଶନ ସହ ସମୟାନୁବର୍ତ୍ତି ହେବାକୁ ପରାମର୍ଶ ଦେଇଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ, ଡ଼ା ମଦନ ମୋହନ ପ୍ରଧାନ ଜଣେ ମହାମାରୀ ବିଶେଷଜ୍ଞ ରୂପେ ଓଡ଼ିଶାରେ ବେଶ ଜଣାଶୁଣା। ଅନୁଗୁଳ ଜିଲ୍ଲାର ସ୍ଵାସ୍ଥ୍ୟ ସେବାର ଉନ୍ନତି ପାଇଁ ସେ ଯଥେଷ୍ଟ ଧ୍ୟାନ ଦେବେ ବୋଲି ସାଧାରଣରେ ଆଶା କରାଯାଏ।