ଅନ୍ୟାନ୍ୟ

ଡ଼ା ମନୋରଞ୍ଜନ ପଣ୍ଡାଙ୍କ ଗଳ୍ପ ସଙ୍କଳନ “ଅବୁଝା ସକାଳ” ଉନ୍ମୋଚିତ

By Biswaranjan Pattnaik

September 15, 2026

ଅନୁଗୋଳ: ରୋଟାରୀ ପବ୍ଲିକ ସ୍କୁଲର ଉପାଧ୍ୟକ୍ଷ ଡ଼ା ମନୋରଞ୍ଜନ ପଣ୍ଡାଙ୍କ ପ୍ରଥମ ଗଳ୍ପ ସଙ୍କଳନ ଅବୁଝା ସକାଳ ଉନ୍ମୋଚିତ ହୋଇଯାଇଛି। ପବିତ୍ର ଗଣେଶ ଚତୁର୍ଥୀରେ ସ୍କୁଲ ଅଡିଟୋରିଅମରେ ଆୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅନୁଗୋଳ ସାହିତ୍ୟ ସଂସଦର ସଭାପତି ଶାନ୍ତନୁ କୁମାର ସର।

ଶ୍ରୀ ସର ନିଜ ଅଭିଭାଷଣରେ ସାହିତ୍ୟ ଯୁଗେ ଯୁଗେ ମାନବବାଦର କଥା କହି ଆସିଛି ଏବଂ ଏ ପରିପ୍ରେକ୍ଷୀରେ ଡ଼ା ପଣ୍ଡାଙ୍କ ଗଳ୍ପ ପୁସ୍ତକରେ ଯେଉଁ ଉତ୍କଣ୍ଠା ଓ ବର୍ଣ୍ଣନା ଚାତୁର୍ଯ୍ୟ ରହିଛି ତାହା ପାଠକ ମାନଙ୍କୁ ଆକର୍ଷିତ କରିବ ବୋଲି କହିଥିଲେ।ପୁସ୍ତକର ଚରିତ୍ର ଗୁଡ଼ିକ ସହ ଗାଳ୍ପିକ ଏକାତ୍ମ ହୋଇ  ନିଜ ଅନୁଭୂତିରୁ ଗଳ୍ପର ଉପାଦାନ ଆଣି ସମାଜକୁ ଏକ ନୂତନ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ବୋଲି ଶ୍ରୀ ସର କହିଥିଲେ। ସମ୍ମାନିତ ଅତିଥି ରୂପେ ନାଟ୍ୟକାର ଦିନେଶ ଦାସ ଯୋଗ ଦେଇ କୃତ୍ରିମ ବୁଦ୍ଧିମତା ପୁସ୍ତକ ପଠନର ଆନନ୍ଦ ଦେଇ ପାରିବ ନାହିଁ ବୋଲି କହିବା ସହ ଡ଼ା ପଣ୍ଡାଙ୍କ ଗଳ୍ପ ଗୁଡିକରେ ଅନେକ ସମ୍ଭାବନା ର ସମ୍ମୋହନ ରହିଛି ବୋଲି କହିଥିଲେ।

ଅନ୍ୟ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ସ୍କୁଲର ପ୍ରିନ୍ସିପାଲ ଅଶୋକ କୁମାର ବେହେରା, ଉପାଧ୍ୟକ୍ଷ ଡ଼ା ମନୋରଞ୍ଜନ ପଣ୍ଡା,ରୋଟରିଆନ ନିର୍ମଳ କୁମାର ମିଶ୍ର, ଶୈଲେନ ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ କଳ୍ପଲତା ଦାସ, ପୂର୍ବତନ ପ୍ରିନ୍ସିପାଲ ଶୈଳେଶ ଚନ୍ଦ୍ର ଦାସଗୁପ୍ତ, ରୋଟରିଆନ୍ ନିଖିଲ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସମାରୋହରେ ଗାଳ୍ପିକ ଡ଼ା ପଣ୍ଡାଙ୍କୁ ଉତ୍ତରୀୟ ଓ ସ୍ମୃତିଫଳକ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ସ୍ମିତାରାଣୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।