ଅନ୍ୟାନ୍ୟ

ବଦଳିଲେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ

By Biswaranjan Pattnaik

April 21, 2021

ଅନୁଗୁଳ: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର(ଡିଆରଡିଏ)ର ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ କୁମାର ସାହୁଙ୍କର ବଦଳି ହୋଇଛି। ତାଙ୍କ ସ୍ଥାନରେ ତାଳଚେର ଉପଜିଲ୍ଲାପାଳ ଥିବା ରଜନୀକାନ୍ତ ସ୍ବାଇଁଙ୍କର ଏହି ପଦବିକୁ ପଦୋନ୍ନତି ହୋଇଛି।ଏଥିନେଇ ମଙ୍ଗଳବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ଅନୁଗୁଳ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଭାବେ ଦିଲୀପ କୁମାର ସାହୁ ବର୍ଷେ ପୂରଣ କରି ନଥିଲାବେଳେ ତାଙ୍କର ବଦଳି ଚର୍ଚ୍ଚାର ବିଷୟ ହୋଇଛି।