ଅନ୍ୟାନ୍ୟ

ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁଟ୍‌ଖା ଦୋକାନରେ ଚଢ଼ାଉ

By Biswaranjan Pattnaik

January 23, 2021

ଅନୁଗୁଳ: ଶୁକ୍ରବାର ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗର ଭ୍ରାମ୍ୟମାଣ ଶାଖା ପକ୍ଷରୁ ଅନୁଗୁଳ ବସ୍‌ଷ୍ଟାଣ୍ତ ଏବ˚ ଅନ୍ୟାନ୍ୟ ଅଞ୍ଚଳରେ ଚଢ଼ାଉ କରାଯାଇ ଗୁଟ୍‌ଖା, ଜର୍ଦ୍ଦା ଆଦି ଜବତ କରାଯାଇଥିଲା। ବିଭିନ୍ନ ପାନ ଦୋକାନରେ ଚଢ଼ାଉ କରାଯାଇ ବେଆଇନ୍‌ ଭାବେ ବିକ୍ରି କରାଯାଉଥିବା ଏସବୁ ଜିନିଷକୁ ଜବତ କରାଯିବା ସହ ଫାଇନ୍‌ ଆଦାୟ କରାଯାଇଥିଲା। ଏଥିସହିତ ସ୍ବାସ୍ଥ୍ୟହାନୀ ହେଉଥିବା ଏଭଳି ମାଦକ ଦ୍ରବ୍ୟ ନ ବିକିବାକୁ ପରାମର୍ଶ ଦିଆଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଅନୁଗୁଳର ବିଭିନ୍ନ ଶିକ୍ଷାନୁଷ୍ଠାନ, ମେଡିକାଲ୍‌ ଏବ˚ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଅତି ନିକଟରେ ସଫଳ, ମୀନାଜି ଏବ˚ ଅନ୍ୟାନ୍ୟ ମାରାତ୍ମକ ଜର୍ଦ୍ଦା ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଥିଲା।