ଘଟଣା ଓ ଦୁର୍ଘଟଣା

ଓଭରଟେକ୍ କରିବାରୁ ଡ୍ରାଇଭରଙ୍କୁ କଟୁରୀରେ ଆକ୍ରମଣ କଲା ଅନ୍ୟ ବସ୍ ଡ୍ରାଇଭର

By Angul TV Bureau

July 30, 2022

ଅନୁଗୁଳ: ସ୍ଥାନୀୟ ବସ ଷ୍ଟାଣ୍ଡରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବସ୍ ଓଭରଟେକ କରିବାକୁ ନେଇ ଦୁଇ ବସ ଡ୍ରାଇଭର ହାତାହାତି ହୋଇଛନ୍ତି। ଜଣେ ଅନ୍ୟଜଣଙ୍କୁ କଟୁରୀରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଡ୍ରାଇଭରକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଶୁକ୍ରବାର ଅନୁଗୁଳରୁ ଆଠମଲ୍ଲିକ ଆସୁଥିବା ଏକ ବସକୁ ସନ୍ତୋଷ ବସ୍ ଓଭରଟେକ କରିଥିଲା। ଉକ୍ତ ବସ୍ ଡେରି କରିବାରୁ ସନ୍ତୋଷ ବସ୍ ଡ୍ରାଇଭର ଅଜିତ ବେହେରା ଆଗ ଚାଲି ଆସିଥିଲେ। ଫଳରେ ଉଭୟ ବସ୍ ଡ୍ରାଇଭରଙ୍କ ମଧ୍ୟରେ ଗତ କାଲି ଝଗଡ଼ା ହୋଇଥିଲା। ଆଜି ସେହି ପୂର୍ବ ଝଗଡ଼ା ଯୋଗୁ ଅନ୍ୟ ବସ ଡ୍ରାଇଭର ଅଜିତଙ୍କୁ କଟୁରୀରେ ଆକ୍ରମଣ କରିଛନ୍ତି। ସ୍ଥାନୀୟ ଲୋକେ ଅଜିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।