ମୁଖ୍ୟ ଖବର

କୋଇଲା ବୋଝେଇ ଟ୍ରକ ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର

By Angul TV Bureau

January 30, 2023

ଅନୁଗୁଳ: ଟ୍ରକ୍ ସହ ଜଳିଗଲେ ଡ୍ରାଇଭର। ଆଜି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗରେ ଏହି ଅଘଟଣ ଘଟିଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଡ୍ରାଇଭରଙ୍କ ପରିଚୟ ମିଳିପାରି ନାହିଁ।

ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ତାଳଚେରରୁ କୋଇଲା ବୋଝେଇ କରି ଏକ ଟ୍ରକ୍ (OD-35C-0436) ପାରାଦୀପ ଅଭିମୁଖେ ଯାଉଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଟ୍ରକଟି ଭାରସାମ୍ୟ ହରାଇ ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୩ ନମ୍ୱର ଜାତୀୟ ରାଜପଥର ବାରିହାପୁର ଆଦର୍ଶ ବିଦ୍ୟାଳୟ ନିକଟରେ ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଥିଲା। ଫଳରେ ଟ୍ରକରେ ନିଆଁ ଲାଗି ଯାଇଥିଲା। ଟ୍ରକ୍ ଚଳାଉଥିବା ଚାଳକ ବାହାରି ପାରିନଥିଲେ। ଏଣୁ ଟ୍ରକ୍ ଭିତରେ ଜୀବନ୍ତ ଦଗ୍ଧ ହୋଇଥିଲେ। ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ପରଜଙ୍ଗ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି।