ଘଟଣା ଓ ଦୁର୍ଘଟଣା

ବ୍ରେକ ଫେଲ ହେବାରୁ ଗାଡ଼ିରୁ ଡେଉଁଥିଲେ, ପାଣି ଟ୍ୟାଙ୍କର ଚଢ଼ି ଯାଇ ଚାଳକ ମୃତ

By Angul TV Bureau

July 18, 2023

ତାଳଚେର: ଆଜି ତାଳଚେର ଲିଙ୍ଗରାଜ ଖଣିରେ ହୋଲପେକ୍ ପାଣି ଟ୍ୟାଙ୍କର ତଳେ ଚାପି ହୋଇ ଚାଳକର ମୃତ୍ୟୁ ଘଟିଛି। ମୃତ ଚାଳକ ହେଉଛନ୍ତି ତାଳଚେର ବଲଣ୍ଡା ଅଞ୍ଚଳର ସୁଶାନ୍ତ ପ୍ରଧାନ।

ସୂଚନାଯୋଗ୍ୟ ଯେ ଲିଙ୍ଗରାଜ କୋଇଲା ଖଣିରୁ ପାଣି ଟାଙ୍କର ଧରି ୱାର୍କ ସପକୁ ଆସୁଥିବା ସମୟରେ ଟ୍ୟାଙ୍କର ବ୍ରେକ ଫେଲ ହେବାରୁ ଚାଳକ ଜଣକ ବିଚଳିତ ହୋଇ ଗାଡିରୁ ଡେଇଁ ପଡ଼ିଥିଲେ। ଫଳରେ ଗାଡିଟି ତାଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା।

ଏ ନେଇ ପରିବାର ଲୋକଙ୍କୁ ଖଣି କର୍ତ୍ତୃପକ୍ଷ ଖବର ଦେଇଥିଲେ। ଘଟଣାସ୍ଥଳରେ ତାଳଚେର ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛି।